www.samajalive.in
Sunday, December 7, 2025
23.1 C
Bhubaneswar

ବାଚସ୍ପତିମାନଙ୍କ ଦୁଇ ଦିନିଆ ସମ୍ମିଳନୀ, ଉନ୍ନତ ଗଣତନ୍ତ୍ର ପାଇଁ ମୌଳିକ ଭିତ୍ତିଭୂମି ଉପରେ ହେବ ଆଲୋଚନା

ସଂସଦ ଓ ବିଧାନସଭା ବାଚସ୍ପତିମାନଙ୍କ ଦୁଇ ଦିନିଆ ସମ୍ମିଳନୀ ଆସନ୍ତାକାଲି ଗୁଜୁରାଟର କେବାଡ଼ିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍‍ ୟୁନିଟି ଠାରେ ଆରମ୍ଭ ହେବ। ଏ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି, ଚଳିତ ବର୍ଷ ସମ୍ମିଳନୀର ଶୀର୍ଷକ ‘ବ୍ୟବସ୍ଥାପିକା,
କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ମଧ୍ୟରେ ସମନ୍ୱୟ – ଏକ ଉନ୍ନତ ଗଣତନ୍ତ୍ର ପାଇଁ ମୌଳିକ ଭିତ୍ତିଭୂମି’ ରହିଛି। ଶ୍ରୀ ବିର୍ଲା କହିଛନ୍ତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମିଳନୀକୁ ଉଦ୍‍ଘାଟନ କରିବେ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏହି ଅବସରରେ ସେଠାରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ତାରିଖ ଦିନ ସମ୍ବିଧାନ ଦିବସ ଅବସରରେ ସମ୍ମିଳନୀର ଉଦ୍‍ଯାପନୀ ଅଧିବେଶନରେ ଉଦବୋଧନ ଦେବେ।

ସେ କହିଛନ୍ତି, ସମ୍ବିଧାନର ପବିତ୍ରତାକୁ ବଜାୟ ରଖିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ଓ ଶାସନ ବ୍ୟବସ୍ଥାର ତିନୋଟିଯାକ ଅଙ୍ଗ ମଧ୍ୟରେ ସମନ୍ୱୟ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଜରୁରୀ। ଶ୍ରୀ ବିର୍ଲା କହିଛନ୍ତି, ଏହି ସମୟରେ ଅନେକ ଅଧିବେଶନ ବସିବ ଓ
ସଦସ୍ୟମାନେ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭା କାର୍ଯ୍ୟଧାରାର ସୁପରିଚାଳନା ସଂକ୍ରାନ୍ତରେ ଆଲୋଚନା କରିବେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories