www.samajalive.in
Monday, December 15, 2025
17.1 C
Bhubaneswar

ଅଁଳା ନବମୀ ବିଶେଷ ; ନିଶ୍ଚୟ କରନ୍ତୁ ଏହି ୬ଟି ଉପାୟ

ଆଜି ପବିତ୍ର ଅଁଳା ନବମୀ। ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ଏହିଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ରହିବା ସହ ନିରୋଗ ରହିଥାଏ। ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଜପ, ଦାନ ଆଦି କରିବା ଦ୍ୱାରା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ। ଅଁଳା ନବମୀରେ କରାଯାଉଥିବା ଉପାୟ ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ଜନ୍ମଜନ୍ମ ପାଇଁ ଅକ୍ଷୟ ଫଳ ମିଳିଥାଏ। ଜାଣନ୍ତୁ….
୧- ଅଁଳା ବୃକ୍ଷକୁ କରନ୍ତୁ ଆରଧନା
ଆଜିର ପବିତ୍ର ଦିନରେ ଅଁଳା ବୃକ୍ଷକୁ ପୂଜା କରନ୍ତୁ। ଏପରି ମାନ୍ୟତା ରହିଛି, କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀ ଦିନ ଅଁଳା ବୃକ୍ଷର ଉତ୍ପତ୍ତି ହୋଇଥିଲା। ଏହି ବୃକ୍ଷରେ ଭଗବାନ ବିଷ୍ଣୁ, ଶିବଶଙ୍କର ଓ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ତେଣୁ ଏହିଦିନ ନିଶ୍ଚୟ ପୂଜା କରନ୍ତୁ।
୨- ଅଁଳା ବୃକ୍ଷ ନିକଟରେ ଭୋଜନ ପ୍ରସ୍ତୁତ କରି ଖାଆନ୍ତୁ
ଏହିଦିନ ଅଁଳା ବୃକ୍ଷ ତଳେ ବସି ଭୋଜନ ପ୍ରସ୍ତୁତ କରି ପରିବାର ସହ ଭୋଜନ କରନ୍ତୁ। ଏହାଦ୍ୱାରା ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ। ଖାଦ୍ୟ ଖାଇବା ସମୟରେ ଆପଣଙ୍କ ଉପରେ ଯଦି ଅଁଳା ପତ୍ର ପଡ଼େ, ତେବେ ଏହାକୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ବୋଲି କୁହାଯାଏ।
୩- ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ଅଁଳା
ମାନ୍ୟତା ଅନୁଯାୟୀ, ଏହାକୁ ପୃଥବୀର ପ୍ରଥମ ଫଳ ବୋଲି କୁହାଯାଏ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ଅଁଳାକୁ ଭୋଗ କରନ୍ତୁ।
୪- ଦାନ କରନ୍ତୁ ଦାନ ଓ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଦ୍ୱାରା ଖୁବ ପୁଣ୍ୟ ପ୍ରାପ୍ତି ହୋଇଥାଏ। ବିଶେଷ କରି ଆଜି ଏହି କାର୍ଯ୍ୟ କରିବା ଦ୍ୱାରା ଏହାର ମହତ୍ତ୍ୱ ଦ୍ୱିଗୁଣିତ ବୃଦ୍ଧି ହୋଇଥାଏ। ଆଜି ଗାଈ ଓ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ। ଏହାଦ୍ୱାରା ଧନ ସମ୍ପତ୍ତି ଓ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
୫- ନୂଆ ଜିନିଷ କିଣିବା ଶୁଭଙ୍କର
ଅଁଳା ନବମୀ ଦିନ ନୂଆ ଜିନିଷ କିଣିବା ଶୁଭଙ୍କର ବୋଲି କୁହାଯାଏ। ଏହିଦିନ ସୁନା, ଚାନ୍ଦି, ଆଭୂଷଣ, ଜମି ଆଦି କିଣି ପାରିବେ।
ଅଁଳାର କରନ୍ତୁ ସେବନ –
ଅଁଳା ନବମୀ ଦିନ ଅଁଳାର ସେବନ କରନ୍ତୁ। ଏହାର ଉଭୟ ଔଷଧୀୟ ଓ ଧାର୍ମିକ ମହତ୍ତ୍ୱ ରହିଛି। ତେଣୁ ଭଗବାନଙ୍କ କୃପା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ସେବନ କରନ୍ତୁ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories