www.samajalive.in
Thursday, December 11, 2025
27.1 C
Bhubaneswar

ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୂପେଲିଆଙ୍କର ପରଲୋକ

ଜୋହାନ୍ସବର୍ଗ : ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାର ଅଣନାତି ସତୀଶ ଧୂପେଲିଆଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି। ତିନି ଦିନ ତଳେ ସେ ନିଜର ୬୬ ତମ ଜନ୍ମଦିବସ ପାଳନ କରିଥିଲେ। ସେ କରୋନ ସଂକ୍ରମଣର  ଶିକାର ହୋଇଥିଲେ ବୋଲି ପରିବାର ସଦସ୍ୟ କହିଛନ୍ତି।

ଧୂପେଲିଆଙ୍କ ଭଉଣୀ ଉମା ଧୂପେଲିଆ-ମିସ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ନିମୋନିଆ କାରଣରୁ ସେ ଏକ ମାସ ହେବ ଚିକିତ୍ସିତ ହେଉଥିଲେ। ତେବେ ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ, କରୋନା ସମ୍ବନ୍ଧୀୟ ଜଟିଳତାର ଚିକିତ୍ସା ଚାଲିଥିଲା। ରବିବାର ସନ୍ଧ୍ୟାରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ବୋଲି ଉମା ସୋସିଆଲ ମିଡିଆରେ କହିଛନ୍ତି।

- Advertisement -

ଶ୍ରୀମତୀ ଉମାଙ୍କ ବ୍ୟତୀତ ଜୋହାନ୍ସବର୍ଗରେ ଅନ୍ୟ ଜଣେ ଭଉଣୀ କିର୍ତ୍ତୀ ମେନନ ଅଛନ୍ତି, ସେ ଗାନ୍ଧିଜୀଙ୍କ ସ୍ମୃତି ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପରେ ସକ୍ରିୟ ଅଛନ୍ତି।

ଏହି ତିନି ଭାଇଭଉଣୀ ମଣିଲାଲ ଗାନ୍ଧୀଙ୍କ ବଂଶଧର, ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଦୁଇ ଦଶନ୍ଧି ବିତାଇ ଭାରତକୁ ଫେରିବା ପରେ ନିଜର କାର୍ଯ୍ୟ ଜାରି ରଖିବା ପାଇଁ ଦକ୍ଷିଣ ଆଫ୍ରିକାରେ ମଣିଲାଲଙ୍କୁ ଛାଡି ଆସିଥିଲେ।

ଜୀବନର ଅଧିକାଂଶ ସମୟ ଗଣମାଧ୍ୟମରେ ବିତାଇଥିବା ଥିବା ଶ୍ରୀ ଧୂପେଲିଆ, ବିଶେଷକରି ଭିଡିଓଗ୍ରାଫର ତଥା ଫଟୋଗ୍ରାଫର ଭାବରେ ମଧ୍ୟ ଡର୍ବାନ ନିକଟସ୍ଥ ଫିନିକ୍ସ ସେଟେଲମେଣ୍ଟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜାରି ରଖିବା ପାଇଁ ଗାନ୍ଧୀ ବିକାଶ ଟ୍ରଷ୍ଟକୁ ସାହାଯ୍ୟ କରିବାରେ ଅତ୍ୟନ୍ତ ସକ୍ରିୟ ଥିଲେ। ସେ ସମସ୍ତ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସିଦ୍ଧ ଥିଲେ ଏବଂ ଅନେକ ସାମାଜିକ କଲ୍ୟାଣ ସଂଗଠନରେ ସକ୍ରିୟ ଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories