www.samajalive.in
Monday, December 15, 2025
14.1 C
Bhubaneswar

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମନ୍ୱିତ ନିଦାନ ପରୀକ୍ଷା କେନ୍ଦ୍ର ଲୋକାର୍ପିତ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ ସ୍ଥିତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରବିବାର ଦିନ ଏକ ଅତ୍ୟାଧୁନିକ ସମନ୍ୱିତ ନିଦାନ ପରୀକ୍ଷା କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ନଡିଆ ବାଡେଇ ଫିତା କାଟି ପରୀକ୍ଷା କେନ୍ଦ୍ରକୁ ଲୋକାର୍ପିତ କରିଥିଲେ। ସୂଚନା ଯୋଗ୍ୟ ଯେ, ୧୯୫୭ମସିହାରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ରୋଗୀମାନଙ୍କୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ରୋଗ ନିର୍ଣ୍ଣୟ ନିମନ୍ତେ ଆବଶ୍ୟକ ନିଦାନ ପରୀକ୍ଷା ପାଇଁ ସୁବିଧା ନଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବହୁ ହଇରାଣ ହେଉଥିଲେ। ଆଜିର ଲୋକାର୍ପଣ ପରେ ଏଠାରେ ଅଭିଜ୍ଞ ଲାବ୍ରୋଟାରୀ ଟେକ୍ନିସିଆନଙ୍କ ଦ୍ୱାରା ପ୍ରାୟ ୨୩ପ୍ରକାରର ପରୀକ୍ଷା କରାଯାଇ ପାରିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେସ ସାହୁ ସୂଚନା ପ୍ରଦାନ କରିଛନ୍ତି। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ମାନସ ମହାପାତ୍ର, ରୋଗୀ କଲ୍ୟାଣ ସମିତି ସଦସ୍ୟ ବିଜନ କୁମାର ସାହୁ, ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ, ଅନନ୍ତ ଚରଣ ଦାସ, ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ର, ଓସ୍ତିଆର ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା, ବନ୍ଦାଳ ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରା, କଦଳୀବାଡି ସରପଞ୍ଚ ପ୍ରକାଶ ବେଉରା, କୃଷ୍ଣ ଚନ୍ଦ୍ର ବରାଳ ପ୍ରମୁଖ ସରଣ୍ଡାଗଡର ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଡାକ୍ତର ସୁଧାଂଶୁ ଶେଖର ପଣ୍ଡା, ଡାକ୍ତର ରାଜକିଶୋର ସାହୁ, ଡାକ୍ତର ଅସୀତ କୁମାର ସାହୁ, ଡାକ୍ତର କନକବାଳା ମହାନ୍ତି, ପ୍ରଦୀପ କୁମାର ସାହୁ, ମାନଭଞ୍ଜନ ଦଳାଇ, ବିପିଏମ୍‍ ସଂଗୀତା ଦାସ, ଆଶିଷ କୁମାର ବିଭୂତିରାୟ, ସଞ୍ଜୟ କୁମାର ପୃଷ୍ଟି, ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୋଭିଡ୍‍-୧୯ନିୟମ ଅନୁପାଳନ ସହିତ ସଂକ୍ଷିପ୍ତ ଭାବରେ କାର୍ଯ୍ୟଟି ସମାହିତ ହୋଇଛି। ଏହି ଅବସରରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବିଡିଓ ପ୍ରଭାତ କୁମାର ସାହୁ ଯଥାକ୍ରମେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପରିଦର୍ଶନ କରିବା ସହିତ ନୂତନ ଭାବରେ ପୁନଃରୁଦ୍ଧାର ହୋଇଥିବା ଓପିଡି, ରୋଗୀ କକ୍ଷ, ଲେବର ରୁମ୍‍ ଆଦି ପରିଦର୍ଶନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories