ବାଲେଶ୍ଵର : ବାଲେଶ୍ଵର ସହଦେଵଖୁଣ୍ଟା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅରଡ଼ ବଜାର ଅଞ୍ଚଳରେ ଥିବା ମୁନା ଖାଁଙ୍କ ଘର ଉପରେ ଚଢ଼ାଉ କରିଥିଲା। ମୁନା ଖାଁ ନିକଟରୁ ୧୦୦ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଏକ ଟଙ୍କା ବ୍ୟାଗ ମଧ୍ୟ ଜବତ କରିଥିଲା। ଟଙ୍କା ବ୍ୟାଗରେ ୨୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରହିଥିବା ଜଣାପଡିଛି। ସେହିଭଳି ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ମୁନା ଖାଁ ଗତବର୍ଷ ବ୍ରାଉନସୁଗର କାରବାରରେ ଧରା ହୋଇଥିବା କୁଖ୍ୟାତ ବ୍ୟବସାୟୀ ଶେଖ ରାଜାର ସହଯୋଗୀ ବୋଲି ପୁଲିସ କହିଛି। ଏହି ବ୍ରାଉନସୁଗର କାରବାରରେ ଏକ ବିରାଟ ରାକେଟ କାର୍ଯ୍ୟ କରୁଛି, ଏହା ଉପରେ ଅଧିକ ଅନୁସନ୍ଧାନ କରୁଥିବା ପୁଲିସ କହିଛି। ସିଟି ଡିଏସପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।
Popular Categories



