www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି କରୋନା କାୟା : ରାଜସ୍ଥାନର ୧୪୪ ଧାରା, ହରିୟାଣାରେ ପୁଣି ସ୍କୁଲ ବନ୍ଦ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି। କରୋନା ସଂକ୍ରମଣ ବୃଦ୍ଧି  ଯୋଗୁଁ କେତେକ ରାଜ୍ୟ ପୁଣି କଟକଣା ଲଗାଇବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ହରିୟାଣା ଏବଂ ରାଜସ୍ଥାନରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ମଧ୍ୟ ଏବଂ ଉତ୍ତର ଭାରତର ଅନେକ ରାଜ୍ୟରେ କରୋନା କରୋନା ସଂକ୍ରମଣ ବଢିବାରେ ଲାଗିଛି, ଯେଉଁଥିପାଇଁ କୌଣସି ଲକଡାଉନର ଆବଶ୍ୟକତା ପଡିନାହିଁ କିନ୍ତୁ କେତେକ ସ୍ଥାନରେ ପୁଣି କଟକଣା ଲାଗୁ କରାଯାଇଛି।

ହରିୟାଣାରେ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି। ମଧ୍ୟପ୍ରଦେଶରେ ଆଜିଠାରୁ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ। ରାଜସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶରେ ତାଲିମପ୍ରାପ୍ତ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

- Advertisement -

ଦିଲ୍ଲୀରେ ୨୪ଘଣ୍ଟା ମଧ୍ୟରେ ୧୧୮ଜଣଙ୍କର ମୃତ୍ୟୁ

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ସଂକ୍ରମଣ ନେଇ ନୂଆ ନୂଆ ତଥ୍ୟ ଆସୁଛି। ଦିଲ୍ଲୀରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୫୯ରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୬୦୮ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫.୧୭ ଲକ୍ଷରୁ ଅଧିକରେ ପହଞ୍ଚିଛି।

ମଧ୍ୟପ୍ରଦେଶରେ ଆଜିଠାରୁ ରାତ୍ରି କର୍ଫ୍ୟୁ

ଗୁଜରାଟ ପରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସମେତ ଇନ୍ଦୋର, ଗୋୟାଲିୟର୍, ବିଦିଶା ଏବଂ ରତଲାମରେ କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଠାରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ଫ୍ୟୁ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଜାରି ରହିବ। ରାଜ୍ୟରେ କରୋନା ସଂକ୍ରମଣର ଅବସ୍ଥା ସମ୍ପର୍କରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ସମୀକ୍ଷା ବୈଠକ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଲକଡାଉନ୍ ହେବନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାତ୍ରି କର୍ଫ୍ୟୁ ସମୟ ମଧ୍ୟରେ ଆବଶ୍ୟକ ସେବା ଏବଂ କାରଖାନା କର୍ମଚାରୀଙ୍କୁ ଯିବାକୁ ଅନୁମତି ଦିଆଯିବ । ବିନା ମାସ୍କରେ ବୁଲୁଥିବା ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ଥାନରେ ୧୪୪ ଧାରା

ରାଜସ୍ଥାନରେ ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଧାରା ୧୪୪ ଧାରା ଲାଗୁ କରିବାକୁ ଅଶୋକ ଗେହଲୋଟ୍ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ୧୪୪ ଧାରା ଲାଗୁ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଶୁକ୍ରବାର ଦିନ ରାଜ୍ୟରେ ୨୭୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ସମୟରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧୩୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟା ଦୁଇ ଲକ୍ଷ ୩୭ ହଜାର ୬୯୯ରେ ପହଞ୍ଚିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories