www.samajalive.in
Saturday, December 6, 2025
19.1 C
Bhubaneswar

ଶୀତଦିନିଆ କଅଁଳ ଖରା ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ

ଶୀତଦିନ ଆରମ୍ଭ ହେଲାଣି। ଏହି ଋତୁରେ କଅଁଳ ଅଥବା ପ୍ରାତଃ ସମୟର ଖରା ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତ ଠାରୁ କମ ନୁହେଁ। ଏହା ଆନନ୍ଦଦାୟକ ହେବା ସହ ଏହା ସ୍ୱାସ୍ଥ୍ୟ ଓ ଆପଣଙ୍କ ତ୍ୱଚା ପାଇଁ ଖୁବ ଲାଭଦାୟକ। ଜାଣନ୍ତୁ ଶୀତଦିନ ଖରାର ୫ଟି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ…..
ଶୀତ ଦିନରେ ସାଧାରଣତଃ ଆଳସ୍ୟ ଅନୁଭବ ହୋଇଥାଏ। ତେଣୁ ନିୟମିତ କଅଁଳ ଖରାରରେ ରହିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ମନ ପ୍ରଫୁଲ୍ଲ ରହିଥାଏ। କାର୍ଯ୍ୟରେ ଆଗ୍ରହ ଆସିଥାଏ। ଶକ୍ତି ମଧ୍ୟ ଯୋଗାଇଥାଏ।
ତ୍ୱଚା ଓ ଚର୍ମ ଜନିତ କେତେକ ସମସ୍ୟା ଦୂର ପାଇଁ ଏହି ସମୟର ଖରା ପ୍ରାକୃତିକ ଭାବେ ବେଶ ହିତକାରକ। ଏହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ଏହି ଖରା ମାଂସପେଶୀକୁ ଓ ଶରୀରର ଭିତର ଅଂଶକୁ ମଧ୍ୟ ଆବଶ୍ୟକ ପରିମାଣରେ ଉଷ୍ଣତା ପ୍ରଦାନ କରିଥାଏ।
ସକାଳ ସମୟରେ ଏହି ଖରାରରେ ରହିବା ଦ୍ୱାରା ଆଉ ସେବନ କରୁଥିବା କ୍ୟାଲସିୟମ ଜନିତ ବିଭିନ୍ନ ଖାଦ୍ୟରେ ଶୋଷିତ ହେଉଥିବା ପୋଷକ ତତ୍ତ୍ୱକୁ ଏହା ସଠିକ ପରିମାଣରେ ଶରୀର ମଧ୍ୟରେ ନିୟୋଜିତ ହେବାକୁ ସାହାଯ୍ୟ କରିଥାଏ।
ଏହା ଶରୀରରେ ହେଉଥିବା ବିଭିନ୍ନ ଯନ୍ତ୍ରଣାକୁ ଦୂର କରିବା ସହ ଥକ୍କାପଣ ଦୂର କରିଥାଏ। ଯାହାର ସୁପ୍ରଭାବ ଆମ ତ୍ୱଚା ଉପରେ ମଧ୍ୟ ପଡିଥାଏ। ଏହା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଥାଏ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories