www.samajalive.in
Saturday, December 6, 2025
14.1 C
Bhubaneswar

ହ୍ରାସ ପାଉଛି ସଂକ୍ରମଣ : ନୂଆ ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। କିଛି ଦିନ ହେବ ହଜାରେ ତଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪୬ ଓ ସ୍ଥାନୀୟ ଅଞ୍ଚଳରୁ ୩୩୨ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୩୨୩ରେ ପହଞ୍ଚିଛି। ଏହା ସହ ୩,୦୩,୮୯୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭,୭୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଆଜି ରାଜ୍ୟର ୩୦ ଜିଲା ଏବଂ ଷ୍ଟେଟ ପୁଲରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୬୧ ଓ କଟକରୁ ୫୪, ବାଲେଶ୍ୱର ୬୧, ବରଗଡ ୩୦, ଭଦ୍ରକ ୬, ବଲାଙ୍ଗୀର ୨୯, ବୌଦ୍ଧ ୩, ଦେଓଗଡ ୩, ଢେଙ୍କାନାଳ ୧୨, ଗଜପତି ୨, ଗଞ୍ଜାମ ୧୮, ଜଗତସିଂହପୁର ୪୦, ଯାଜପୁର ୨୧, ଝାରସୁଗୁଡ଼ା ୩୦, କଳାହାଣ୍ଡି ୧୩, କନ୍ଧମାଳ ୪, କେନ୍ଦ୍ରାପଡ଼ା ୩୬, କେନ୍ଦୁଝର ୫୩, କୋରାପୁଟ ୧୦, ମାଲକାନଗିରି ୪, ମୟୁରଭଞ୍ଜ ୫୮, ନବରଙ୍ଗପୁର ୧୦, ନୟାଗଡ ୪, ନୂଆପଡ଼ା ୫, ପୁରୀ ୨୦, ରାୟଗଡ଼ା ୪, ସମ୍ବଲପୁର ୪୦, ସୋନପୁର ୨, ସୁନ୍ଦରଗଡ଼ ୬୪, ଷ୍ଟେଟ ପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories