www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲିରୁ ଦେଢ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୭ ଗିରଫ

ପିପିଲି : ବ୍ରାଉନସୁଗାର କାରବାର ହେଉଥିବା ଏକ ଆଡ୍ଡା ଉପରେ ପିପିଲି ପୁଲିସ ଚଢଉ କରି ୧୪ଗ୍ରାମ ୧୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୭ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨ଟି ବାଇକ ଓ କିଛି ଟଙ୍କା ପୁଲିସ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ବାଲେଶ୍ୱରରୁ ଖୋର୍ଦ୍ଧା ଦେଇ ପିପିଲି ଅଞ୍ଚଳକୁ ଏହି ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଏହି ରାକେଟ୍‍ର ମୁଖ୍ୟ ସଦସ୍ୟକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।  ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଏନ୍‍ଏସି ଭବାନୀପୁର ଦେବିଗଳି ଅଞ୍ଚଳର ନିରଞ୍ଜନ ପାଣ୍ଡେ (୫୯), ଜଗବନ୍ଧୁ ବୈଠାରୁ ଓରଫ ଜଗା (୨୮), ସୁବଳପୁର ଗ୍ରାମର ଦୁଷ୍ମନ୍ତ ସାହୁ ଓରଫ କାବୁ (୩୬), ଦାନୋଗହିର ଗ୍ରାମର ସେରାଜ୍‍ ଖାଁ (୨୫),  ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଅମରେଶ୍ୱର ଘଡେଇ ଓରଫ ଲିପୁ (୨୬), ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହଂସପାଳ ଅଞ୍ଚଳର ଦୁର୍ଗାଚରଣ ସ୍ୱାଇଁ (୨୩) ଓ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ବାଲିପାଟଣା ଅଞ୍ଚଳର ସତ୍ୟଜିତ ପରିଡା(୨୪) । ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୁରୀ ସେସନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ରାକେଟ ସକ୍ରୀୟ ଥିବା ଓ ଏଥିଯୋଗୁଁ ଅଞ୍ଚଳରେ ବିଭିନ୍ନ ଅପରାଧ ବୃଦ୍ଧି ପାଉଥିବା ଘଟଣା ଉଭୟ ପୁଲିସ ଓ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଥିଲା । ବ୍ରାଉନସୁଗାର ରାକେଟ୍‍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିଲା । ତେବେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦେବିଗଳି ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲିଥିବା ସଂପର୍କରେ ଗତକାଲି ସଂନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନିର୍ଦ୍ଦେଶରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ସଂଘମିତ୍ରା ଚାନ୍ଦ, ଏଏସ୍‍ଆଇ ଶେଷଦେବ ସୁବୁଦ୍ଧି, ସାନ୍ତନୁ ନାୟକ, ଗଙ୍ଗାଧର ପ୍ରଧାନ ପ୍ରମୁଖ ଉକ୍ତ ଅଞ୍ଚଳର ଏକ ଆଡ୍ଡା ଉପରେ ଚଢଉ କରିଥିଲେ । ଚଢାଉ ବେଳେ ସେଠାରୁ ୧୪.୧୩୦ଗ୍ରାମ ବ୍ରାଉନସୁଗାରକୁ ଜବତ କରାଯାଇଥିବା ବେଳେ ୭ଜଣଙ୍କୁ ପୁଲିସ ଗିରଫ କରିଥିଲା । ଏସଂପର୍କରେ ଏସ୍‍ଆଇ ସଂଘମିତ୍ରା ଚାନ୍ଦଙ୍କ ଲିଖିତ ଅଭିଯୋଗ ଉପରେ ଏସ୍‍ଆଇ ସନ୍ଦୀପ କୁମାର ଦାସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଖୋର୍ଦ୍ଧାକୁ ଆସୁଥିବା ବେଳେ ସେଠାରୁ ଏହାକୁ ଆଣି ଅଭିଯୁକ୍ତ ନିରଞ୍ଜନ ପାଣ୍ଡେ ଓ ପପୁ ନିଜର ସହଯୋଗୀଙ୍କ ସହ ମିଶି ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଏହାକୁ ବିକ୍ରି କରୁଥିବା ସୂଚନା ମିଳିଛି । ଏହାକୁ ଛୋଟ ଛୋଟ ପୁଡିଆରେ ଭର୍ତ୍ତି କରି ଗୋଟିଏ ପୁଡିଆ ପିଛା ୪ଶହ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ପୁଲିସକୁ ସୂଚନା ମିଳିଛି । ବିଶେଷ କରି କିଛି ପଥଭ୍ରଷ୍ଟ ଯୁବକ ଏହି ବ୍ରାଉନସୁଗାରକୁ ଦୈନିକ ସେବନ କରୁଥିବା ବେଳେ ଏଥିଯୋଗୁଁ ଅଞ୍ଚଳରେ ଚୋରୀ, ରାହାଜାନି ଭଳି ଅପରାଧ ବୃଦ୍ଧି ପାଉଥିବା ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଏହି ରାକେଟର ମୁଖ୍ୟ ପପୁ ଓ କାଳିଆ ସମେତ ଫେରାର୍ ଥିବା ଅନ୍ୟ ପ୍ରମୁଖ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ଦୈନିକ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଏହି କାରବାର ଚାଲିଥିବା ବେଳେ ଏହି ନିଶାର ଶିକାର ହୋଇଥିବା ୨୯ରୁ ଉର୍ଦ୍ଧ୍ବ ପଥଭ୍ରଷ୍ଟ ଯୁବକଙ୍କ ତାଲିକା ପୁଲିସ ପ୍ରସ୍ତୁତ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories