www.samajalive.in
Saturday, December 6, 2025
19.1 C
Bhubaneswar

ଶିଶୁ ଅଧିକାର ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ

ଫୁଲବାଣୀ: ଜାତୀୟ ଏକତା ଦିବସ ପାଳନ ଅବସରରେ ଆଜି କନ୍ଧମାଳ ଜିଲ୍ଲାର ବଣ୍ଡଗୁଡା ଗ୍ରାମ ପଂଚାୟତ ଠାରେ କିଶୋରୀ ଓ ଯୁବତୀ ମାନଙ୍କୁ ନେଇ ଜାତୀୟ ଏକତା ଦିବସ ଓ ଶିଶୁ ଅଧିକାର ସପ୍ତାହ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିରିଡିକିଆ ଗ୍ରାମ ପଂଚାୟତ ସରପଂଚ ମହାଦେବପ୍ରଧାନ, ସେଭ୍‍ ଦି ଚିଲ୍‍ଡ୍ରେନ୍‍ ରୁ ମନୋଜ କୁମାର ମିଶ୍ର, ସ୍ୱାତୀ ସମ୍ପାଦକ ଇଂ ହରିଶଙ୍କର ରାଉତ, ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି, ଶ୍ୱେତବାନ ପୂଜାରୀ, ଗଙ୍ଗାଧର ପୃଷ୍ଟି ଓ ନେହେରୁ ଯୁବ କେନ୍ଦ୍ରର ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗଦେଇ କିଶୋରୀ ଓ ଯୁବତୀ ମାନଙ୍କୁ ଜାତୀୟ ଏକତା ଦିବସ ପାଳନର ମହତ୍ୱ ଓ ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ। ବଣ୍ଡଗୁଡା ପଂଚାୟତରୁ ପ୍ରାୟ ୫୦ ଜଣ କିଶୋରୀ ଓ ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିଶୋରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ମାନଙ୍କୁ ପୁରଷ୍କାର ପ୍ରଦାନ କରାଯିବା ସହିତ ଶିଶୁ ଅଧିକାର ବିଷୟରେ ସଚେତନ କରାଯିବା ସହିତ କିଶୋରୀ ମାନଙ୍କ ଦ୍ୱାରା ନୂତନ ଭାବରେ ଗଠନ କରାଯାଇଥିବା ଯୁବ ସଂଗଠନ କିଭଳି ଆଗାମୀ ଦିନ ମାନଙ୍କରେ ଶିଶୁ ଅଧିକାର ଦିଗରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ସର୍ବେଶ୍ୱର ସାହୁ ପରିଚାଳନା କରିଥିବା ବେଳେ ଜୀବନ ଜ୍ୟୋତି ଯୁବ ସଂଗଠନର ସଭାନେତ୍ରୀ ଶଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶଶ୍ମିତା ବେହେରା, ସରସ୍ୱତୀ ବିନ୍ଧାଣୀ ଓ ରଚିତାରାଣୀ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ, ସେଭ ଦି ଚିଲଡ୍ରେନ୍‍, ଜୀବନ ଜ୍ୟୋତି ଯୁବ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories