www.samajalive.in
Monday, December 15, 2025
14.1 C
Bhubaneswar

ଦିଲ୍ଲୀରେ ଏଣିକି ମାସ୍କ ନ ପିନ୍ଧିଲେ ୨ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ ହେଉଛି କରୋନା ସ୍ଥିତି । କରୋନାର ଦ୍ବିତୀୟ ଲହର ଏବେ ଦିଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତି ଘଣ୍ଟାରେ ଦିଲ୍ଲୀରେ କରୋନାରେ ୪ରୁ ଅଧିକ ଜୀବନ ଯାଉଛି। ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ଶହେ ପାଖାପାଖି ରହୁଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଚିନ୍ତାରେ ପଡ଼ିଥିବା ବେଳେ ପୁଣି କିଛି କିଛି ସ୍ଥାନରେ ରାପିଡ ଟେଷ୍ଟ ଆରମ୍ଭ ହୋଇଛି। କରୋନା ନିୟମ ନ ମାନିଲେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।

ଯେଉଁ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିବେ, ସେମାନଙ୍କ ଉପରେ ୨ ହଜାର ଟଙ୍କା ଜରିମାନା ଲାଗୁ କରାଯିବ। ପୂର୍ବରୁ ମାସ୍କ ନ ପିନ୍ଧିଲେ ଦିଲ୍ଲୀରେ ୫ଶହ ଟଙ୍କା ଜରିମାନା ବ୍ୟବସ୍ଥା ରହିଥିଲା। ହେଲେ ଆଜି ଏହାକୁ ବୃଦ୍ଧି କରାଯାଇଛି।

- Advertisement -

ସୂଚନା ଅନୁଯାୟୀ, ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଥିଲା। ବୈଠକ ପରେ କେଜ୍ରିୱାଲ କହିଛନ୍ତି ଯେ , ସବୁ ଦଳ କରୋନା ବିରୋଧରେ ଏକାଠି ଲଢ଼େଇ କରିବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ସଂକ୍ରମଣ ବ୍ୟାପୁଥିଲେ ହେଁ ଲୋକମାନେ ବିଭିନ୍ନ ମାର୍କେଟରେ ଭିଡ଼ କରିବାରେ ଲାଗିଛନ୍ତି। କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରୁନାହାନ୍ତି। ନିୟମିତ ଭାବେ ମାସ୍କ ପିନ୍ଧିବା ଦ୍ୱାରା କରୋନା ସଂକ୍ରମଣ ହ୍ରାସ ହୋଇପାରିବ। ଅଧିକାଂଶ ଲୋକ ମାସ୍କ ପିନ୍ଧୁଥିବା ବେଳେ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି। ଅମାନିଆଙ୍କ ପାଇଁ ଦଣ୍ଡ ରାଶିକୁ ବୃଦ୍ଧି କରାଯାଇଛି।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories