MEllora 950×100

ଜାଣନ୍ତୁ ଏହି ପ୍ରସିଦ୍ଧ ମନ୍ଦିରର ମହତ୍ତ୍ୱ

ବାବା ବିଶ୍ୱନାଥ ମନ୍ଦିର , ବାରାଣାସୀ –
କାଶୀକୁ ଭଗବାନ ଶିବଙ୍କ ନଗରୀ ବୋଲି କୁହାଯାଏ। ଭଗବାନ ଶଙ୍କରଙ୍କ ଏହି ମନ୍ଦିର ଖାଲି ଭାରତ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ୧୨ଟି ଜ୍ୟୋର୍ତିଲିଙ୍ଗ ମନ୍ଦିର ମଧ୍ୟରୁ ଏହା ଗୋଟିଏ।
ବୈଷ୍ଣବୀ ମନ୍ଦିର –
ମା’ଙ୍କ ଶକ୍ତିପୀଠ ମନ୍ଦିର ଗୁଡିକ ମଧ୍ୟରୁ ଏହା ଅନ୍ୟତମ ମନ୍ଦିର। ମା’ ବୈଷ୍ଣବୀଙ୍କ ମହିମା ଖୁବ ଅଧିକ।  ମା’ଙ୍କ କୃପାରୁ ଏଠାରେ ସଭିଁଙ୍କ ମନସ୍କାମନା ପୂରଣ ହୋଇଥାଏ।
ସିଦ୍ଧିବିନାୟକ ମନ୍ଦିର, ମୁମ୍ବଇ –
ଏହି ମନ୍ଦିର ମୁମ୍ବଇରେ ଅବସ୍ଥିତ। ଏଠାରେ ଭଗବାନ ଗଣପତିଙ୍କ ସମ୍ମୁଖରେ ଥିବା ମୂଷିକ କାନରେ କହିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ହିନ୍ଦୁଙ୍କ ସମେତ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଏହା ଏକ ପ୍ରସିଦ୍ଧ ଧାର୍ମିକ ପର୍ୟ୍ୟଟନସ୍ଥଳୀ। ନିଜର ମନସ୍କାମନା ପୂରଣ ପାଇଁ ଦେଶଦୁନିଆରୁ ହଜାର ହଜାର ଭକ୍ତ ପ୍ରତିଦିନ ପ୍ରଭୁଙ୍କ ନିକଟକୁ ଆସି ନତମସ୍ତକ କରିଥାଆନ୍ତି।
ମହାକାଲେଶ୍ୱର ମନ୍ଦିର, ଉଜ୍ଜେନ –
ମହାକାଲଙ୍କ ନଗରୀ ଉଜ୍ଜେନର ବହୁ ଧାର୍ମିକ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଠାରେ ହେଉଥିବା ଭସ୍ମ ଆଳତୀ ମହାକାଳଙ୍କ ଶୃଙ୍ଗାର। ଏହି ଆଳତୀ କରିବା ସମୟରେ ପୂଜାରୀ ଧୋତି ପରିଧାନ କରନ୍ତି। ଏଥିରେ ଅନ୍ୟ ବସ୍ତ୍ର ଧାରଣ କରିବାର ବିଧି ବା ନିୟମ ନାହିଁ।
ତିରୁପତି ବାଲାଜୀ, ଆନ୍ଧ୍ରପ୍ରଦେଶ –
ତିରୁପତି ବାଲାଜୀ ମନ୍ଦିର ଭାରତର ପ୍ରସିଦ୍ଧ ମନ୍ଦିରଗୁଡିକ ମଧ୍ୟରୁ ଗୋଟିଏ। ଆନ୍ଧ୍ରପ୍ରଦେଶରେ ଥିବା ଏହି ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ବେଶ ଭିଡ଼ ହୋଇଥାଏ। ସମୁଦ୍ର ସ୍ତର ଠାରୁ ୩୨୦୦ ଫୁଟ ଉଚ୍ଚତାରେ ଥିବା ଭେଙ୍କେଟେଶ୍ୱର ମନ୍ଦିର ଏଠାକାର ମୁଖ୍ୟ ଆକର୍ଷଣ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଠାରେ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ନୂରଣ ହୋଇଥାଏ।
ରାମେଶ୍ୱରମ , ତାମିଲନାଡ଼ୁ –
ଭାରତର ପ୍ରମୁଖ ଚାରି ଧାମ ଦେଶର ଚାରି ଦିଗରେ ଅବସ୍ଥିତ। ଦକ୍ଷିଣରେ ଥିବା ରାମେଶ୍ୱରମ ଧାମ ଗଣନା ଅନୁଯାୟୀ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ। ଏହି ଧାମ ସମସ୍ତ ପବିତ୍ର ଧାମ ମଧ୍ୟରୁ ଗୋଟିଏ ଓ ଏଠାକାର ପ୍ରାକୃତିକ ସୁନ୍ଦରତା ଖୁବ ଅଧିକ। ଏହା ତାମିଲନାଡ଼ୁର ସ୍ଥିତ ଭବ୍ୟ ଶିବ ମନ୍ଦିର ମଧ୍ୟରୁ ଅନ୍ୟତମ।
ବ୍ରହ୍ମାଙ୍କ ମନ୍ଦିର ପୁଷ୍କର-
ଭଗବାନ ବ୍ରହ୍ମାଙ୍କ ଏକମାତ୍ର ମନ୍ଦିର ରାଜସ୍ଥାନର ପ୍ରସିଦ୍ଧ ତୀର୍ଥ ପୁଷ୍କରରେ ଅବସ୍ଥିତ। ଏହି ମନ୍ଦିରକୁ ଦେଶ ବିଦେଶରୁ ଲକ୍ଷାଧିକ ସଂଖ୍ୟାରେ ଲୋକେ ଦର୍ଶନ ପାଇଁ ଆସିଥାଆନ୍ତି।
ଶ୍ରୀ ବାଲାଜୀ ମନ୍ଦିର, ମେହେନ୍ଦୀପୁର –
ରାଜସ୍ଥାନର ମେହେନ୍ଦୀପୁରରେ ଏହି ମନ୍ଦିର ଅବସ୍ଥିତ। ଏଠାରେ ପ୍ରଭୁ ହନୁମାନ ନିଜ ପିଲାବେଳର ରୂପରେ ଦର୍ଶନ ଦେଇଥାଆନ୍ତି। ଏଠାରେ ଭଗବାନ ରାମ ଓ ସୀତାଙ୍କ ମଧ୍ୟ ଏକ ଭବ୍ୟ ମନ୍ଦିର ରହିଛି। ଏଠାରେ ପ୍ରଭୁଙ୍କୁ ଦର୍ଶନ କଲେ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।

Comments are closed.