କାରଖାନା ବିରୁଦ୍ଧରେ ଗ୍ରାମବାସୀଙ୍କ ଆନ୍ଦୋଳନ

0

ଝାରସୁଗୁଡ଼ା: କୁଳବିରା ବ୍ଲକ କେଲଡ଼ାମାଲ ପଞ୍ଚାୟତ ଅନ୍ତର୍ଗତ ଜାମମାଲଠାରେ ଥିବା ଶୋଭା କାରଖାନାରୁ ନିର୍ଗତ ହେଉଛି କେମିକାଲ। ଏହି କେମିକାଲ ପରିବେଶକୁ ବହୁ ପରିମାଣରେ ଦୂଷିତ କରୁଛି। ଏହାର ପ୍ରଭାବ ଜମି ଓ ଘାସ ପଡ଼ିଆ ଉପରେ ମଧ୍ୟ ପଡ଼ୁଛି। ଏଠାରେ ଗାଈଗୋରୁ ,ଛେଳି,ମେଣ୍ଢା ଆଦି ଜୀବଜନ୍ତୁ ଚରୁଥିବା ହେତୁ ସେମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏହି କାରଣରୁ କଳକାରଖାନାକୁ ବିରୋଦ୍ଧ କରି ଗ୍ରାମବାସୀ ମାନେ ଗତ ୧୬ତାରିଖରୁ କାରଖାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଏହାକୁ କେନ୍ଦ୍ର କରି ଆଜି କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରାଯିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply