www.samajalive.in
Monday, December 15, 2025
14.1 C
Bhubaneswar

ସଫଳ ଗେଣ୍ଡୁ ଫୁଲ ଚାଷୀ ଅନ୍ତର୍ଯ୍ୟାମୀ

ବାଙ୍କୀ : ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ ଭାବରେ ରାଜ୍ୟରେ ଜଣାଶୁଣା। ଏଠିକାର ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି। ବହୁ ସମୟରେ ମହାନଦୀର ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ଚାଷରେ ବହୁ କ୍ଷତି ଘଟୁଥିଲେ ବି କୃଷି ପରିବାର ଚାଷରୁ ହଟିନାହାଁନ୍ତି। । ଧାନ, ଆଖୁ, ଚିନାବାଦାମ ଓ ସବୁଜ ପନିପରିବାର ଅଞ୍ଚଳ ବାଙ୍କୀ ମାଟି। ଦୀର୍ଘ ବର୍ଷଧରି ବିଭିନ୍ନ କାରଣରୁ ଆଖୁ ଚାଷ ହଜିଯାଇଥିଲେ ବି ଅନ୍ୟାନ୍ୟ ଚାଷ ପ୍ରତି ଅଞ୍ଚଳର ଚାଷୀମାନେ ବିମୁଖ ହୋଇନାହାଁନ୍ତି। ଚଳିତ ବର୍ଷ କରୋନା ପ୍ରଭାବ ସହିତ ଲଘୁଚାପ ବର୍ଷା, ବାତ୍ୟା ଓ ମହାନଦୀର ବନ୍ୟା ପ୍ରଭାବରେ ଫସଲ ହାନୀ ଘଟିଥିଲେ ବି ସ୍ଥାନୀୟ ପାଥପୁର, ଭଗୀପୁର, ଶିମିଳିପୁର, ହରିରାଜପୁର ଓ ବିଲିପଡା ଅଞ୍ଚଳର ଚାଷୀମାନେ ସବୁଜ ପନିପରିବା ଉତ୍ତାରିବାରେ ଯୋଦ୍ଧା ପରି ଚାଷରେ ଲାଗିଛନ୍ତି। ସେହିପରି ପାଥପୁର ଗାଁର ଅନ୍ତର୍ଯ୍ୟାମୀ ଗୋଚ୍ଛାୟତ(୪୯)ଜଣେ ଆଗୁଆ ଓ ସଫଳ ଚାଷୀ ଭାବରେ ଚାଷରୁ ମୋକ୍ଷ ଭାବରେ ଗ୍ରହଣ କରିଛନ୍ତି। କଲରା, ଟମାଟୋ, ଭେଣ୍ଡି, ଝୁଡଙ୍ଗ, ଫୁଲ କୋବି ଚାଷ ସହିତ ସୌଖିନୀ ଫୁଲ ଚାଷରେ ମନଦେଇ ବେସ୍‍ ଖୁସି ଥିବା କହିଛନ୍ତି। ବନ୍ୟା ପୂର୍ବରୁ ଲଗାଇଥିବା ଗେଣ୍ଡୁ ଚାରା ବନ୍ୟାରେ ପଚିସଢି ନଷ୍ଟ ହୋଇଗଲାପରେ ବି ଚାଷରୁ ବିମୁଖ ନହୋଇ କଲିକତାରୁ ପୁନଃରାୟ ଗେଣ୍ଡୁଚାରା ମଗାଇ ଫୁଲଚାଷ ଆରମ୍ଭ କଲେ। ଏବେ ୭ଗୁଣ୍ଠ କିଆରିରେ ଗେଣ୍ଡୁଫୁଲ ହସୁଛି। ଭୂବନେଶ୍ୱର, ବାରଙ୍ଗ ଏବଂ କଟକରୁ ସାପ୍ତାହିକ ଫୁଲ ବ୍ୟବସାୟୀମାନେ ଏଠାକୁ ଆସି ଫୁଲ କିଣୁଛନ୍ତି। ଅନ୍ୟାନ୍ୟ ଫସଲ ପରି ଗେଣ୍ଡୁ ଫୁଲରେ ସୁକ୍ଷ୍ମ ପରିଶ୍ରମ ଯେପରି ଫୁଲରେ ଲାଭ ମଧ୍ୟ ସେହିପରି। କ୍ଷେତକୁ ଦେଖିଲେ ପେଟପୁରିଯାଉଥିବା କହିଛନ୍ତି ଫୁଲ ଚାଷରେ ସଫଳତା ପାଇଥିବା ଚାଷୀ ଅନ୍ତର୍ଯ୍ୟାମୀ । ଫୁଲଚାଷ ସମ୍ପର୍କରେ ଯୋଗା ଯୋଗ କରିବାରୁ ୨୦୦୪ମସିହାରେ କୃଷି ପରିଦର୍ଶନରେ ଯାଇ ବାଙ୍ଗାଲୋରରୁ ଫୁଲଚାଷ ସମ୍ପର୍କରେ ଜ୍ଞାନ ପାଇଥିବା କହିଛନ୍ତି। ଦୀର୍ଘ ୧୫ବର୍ଷ ଧରି ଫୁଲ ଚାଷରେ ତାଙ୍କର ଅଭିଜ୍ଞତା ଅଛି। କମ୍‍ ଖର୍ଚ୍ଚ କରି ନିୟମିତ ଓ ନିରନ୍ତର କ୍ଷେତକୁ ନଜର ରଖିଲେ ଯତ୍ନ ନେଲେ ଭଲ ଆମଦାନୀ ମିଳୁଛି ବୋଲି କହିଛନ୍ତି। ସେପଟେ ବାଙ୍କୀ ଅଞ୍ଚଳର ମହାନଦୀ କୂଳବର୍ତ୍ତୀ ଦୋରସା ମାଟି ଫୁଲଚାଷ ପାଇଁ ଉପଯୋଗୀ ବୋଲି କହିଛନ୍ତି। ଉଦ୍ୟାନ କୃଷି ବିଭାଗରୁ ସ୍ଥାନୀୟ ଚାଷୀମାନଙ୍କୁ ସଚେତନ କରାଇ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ଅଞ୍ଚଳରେ ଫୁଲଚାଷ ବଢିବ ବୋଲି କହିଛନ୍ତି। ସେହିପରି ପାଥପୁର ପଞ୍ଚାୟତର ଯୁବଚାଷୀ ସାନ୍ତନୁ ଗୋଚ୍ଛାୟତ, କୃଷ୍ଣ ଚନ୍ଦ୍ର ସାହୁ, ରଘୁନାଥ ନାୟକ, ସୁନିଲ କୁମାର ସାହୁ, ସୁଦର୍ଶନ ସାହୁ ପ୍ରମୁଖ ଗେଣ୍ଡୁ ଫୁଲ ଚାଷରେ ମନୋନିବେଶ କରି ଲାଭବାନ ହେଉଥିବା ଚାଷୀମାନେ କହିଛନ୍ତି। କୃଷି ଓ କୃଷକର ଉନ୍ନତି ପାଇଁ ଉଦ୍ୟାନ କୃଷି ବିଭାଗ ସହଯୋଗ ମିଳିଲେ ବହୁ ଚାଷୀ ଫୁଲଚାଷ କରିବେ ବୋଲି ସୂଚନା ମିଳିଛି। ଚଳିତ ମାସରେ ପ୍ରତି ୩ଦିନରେ ଥରେ ପ୍ରାୟ ୮୦କେଜି ଫୁଲ ଉତ୍ପାଦନ କରୁଥିବା ଅନ୍ତର୍ଯ୍ୟାମୀଙ୍କଠାରୁ ସୂଚନା ମିଳିଛି। କ୍ଷେତ ମୁଣ୍ଡରେ ଫୁଲ କେଜି ୬୦ରୁ ୮୦ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories