www.samajalive.in
Sunday, December 7, 2025
14.1 C
Bhubaneswar

ଏଟିଏମ ଲୁଟ୍‌ ଟଙ୍କାରେ ଆଇପିଏଲ ସଟ୍ଟା

ଛତ୍ରପୁର : ଗଞ୍ଜାମ ଜିଲା ପୁଲିସକୁ ପୁଣି ଏକ ବଡ ସଫଳତା ମିଳିଛି। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଚୋରି ଘଟଣା ପର୍ଦାଫାଶ କରିବାର ମାତ୍ର କେଇଟା ଦିନ ପରେ ଛତ୍ରପୁର ଥାନା ପୁଲିସ ଦୁଇ ଆନ୍ତଃରାଜ୍ୟ ଏଟିଏମ ଲୁଟିଅାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଲୁଟିଆମାନେ ଅଭିନବ ଉପାୟରେ ଏଟିଏମ କାର୍ଡ ଅଦଳବଦଳ କରି ଅନାୟସରେ ଲୁଟିବା ସହ ସେହି ଅର୍ଥରେ ଆଇପିଏଲ ସଟ୍ଟାବାଜିରେ ବିନିଯୋଗ କରିଥିଲେ। ଏଟିଏମ କେନ୍ଦ୍ରକୁ ଯାଉଥିବା ବରିଷ୍ଠ ନାଗରିକଙ୍କୁ ଟଙ୍କା ଉଠାଣରେ ସାହାଯ୍ୟ କରିବା ବାହାନାରେ ଲୁଟିଆ ଦ୍ବୟ କୌଶଳକ୍ରମେ ଏଟିଏମ କାର୍ଡ ବଦଳାଇ କରି ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଥିଲେ। ପୁଲିସ ହାତରେ ଧରାପଡିଥିବା ଦୁଇ ଲୁଟିଆ ହେଲେ ଗଜପତି ଜିଲା ମୋହନା ବସଷ୍ଟାଣ୍ଡର ସୀମାଞ୍ଚଳ ସାହୁ ଓରଫ ଚେରୁ(୨୮) ଓ ତାର ସହଯୋଗୀ ଗଞ୍ଜାମ ଭଞ୍ଜନଗର କୁଲାଡ ଗ୍ରାମର ଗୋବର୍ଦ୍ଧନ ପାତ୍ର(୩୫)। ସେମାନଙ୍କ ନିକଟରୁ ପୁଲିସ ୨ ଲକ୍ଷ ୭୦ ହଜାର ଟଙ୍କା, ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୧୦ ଟି ଏଟିଏମ କାର୍ଡ , ୩ ଟି ମୋବାଇଲ ଫୋନ, ଗୋଟିଏ ସୁନା ମୁଦି , ଦୁଇଟି ଗାଡି ଓ ଗୋଟିଏ ଗାଡିର ଆରସି ବୁକ, ସ୍ମାର୍ଟ କାର୍ଡ ଜବତ କଛି। ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ବ୍ରହ୍ମପୁର, ନୟାଗଡ, ଛତ୍ରପୁର, ଚମାଖଣ୍ଡି, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା, ମାଲକାନାଗିରି, ଗଞ୍ଜାମ ଓ ଖୋର୍ଦ୍ଧା ଆଦି ବିଭିନ୍ନ ଜିଲାରେ ୨୪ ରୁ ଅଧିକ ମାମଲା ରହିଛି। ଚମାଖଣ୍ଡି ଥାନା ପୁଲିସ ପକ୍ଷରୁ ୪ ଥର ଓ ମେରାଇନ ପୁଲିସ ପକ୍ଷରୁ ଥରେ ଦୁହେଁ ଗିରଫ ହୋଇଥିଲେ। ଦୁଇ ଲୁଟିଆ ୨ବର୍ଷ ହେବ ବିଭିନ୍ନ ଅପରାଧିକ ଘଟଣା ଘଟାଇ ଆସିଛନ୍ତି ବୋଲି ଆଜି ଛତ୍ରପୁର ପୁଲିସ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ବରିଷ୍ଠ ନାଗରିକ ନିତାଇ ବଡମାଧପୁର ଷ୍ଟେଟବ୍ୟାଙ୍କ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଉପରୋକ୍ତ ଦୁଇ ଲୁଟିଆ ସାହାଯ୍ୟ କରିବା ବାହାନାରେ ନିତାଇଙ୍କ ଏଟିଏମ ବଦଳ କରିଦେଇଥିଲେ। ନିତାଇଙ୍କ ଏଟିଏମ କାର୍ଡରୁ ଲୁଟିଆ ଦ୍ବୟ ପର୍ଯ୍ୟାୟ କ୍ରମେ ୬ଲକ୍ଷ ୪ହଜାର ୮ଶହ ଟଙ୍କା ଟଙ୍କା ଉଠାଇଥିଲେ। ଏଟିଏମ ବଦଳ ହୋଇଯାଇଥିବା ନିତାଇ ଅକ୍ଟବୋର ୮ ତାରିଖରେ ଜାଣିବାକୁ ପାଇଥିଲେ। ଛତ୍ରପୁର ଷ୍ଟେଟ ବ୍ୟାଙ୍କକୁ ଆସି ପାସବୁକ ତନଖି କରିବା ବେଳେ ତାଙ୍କ ଖାତାରୁ ପର୍ଯ୍ୟାୟ ଉପରୋକ୍ତ ପରିମାଣ ଅର୍ଥ ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ। ସେହିମାସ ୧୦ ତାରିଖରେ ନିତାଇ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତିକରି ପୁଲିସ ୩୦୧/୨୦ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଛତ୍ରପୁର ଏସଡିପିଓଙ୍କ ନେତୃତ୍ୱରେ ଛତ୍ରପୁର ଓ ଚମାଖଣ୍ଡି ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା। ଏଟିଏମ ସିସିଟିଭି ଫୁଟେଜ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଲୁଟିଆଙ୍କ ପାଖରେ ପହଞ୍ଚିପାରିଥିଲା। ସୀମାଞ୍ଚଳ ଲୁଟ ଅର୍ଥକୁ ଆଇପିଏଲ ସଟ୍ଟାରେ ବାଜି ଲଗାଉଥିଲା। ଚମାଖଣ୍ଡି ଅଞ୍ଚଳର ଦୁଇଟି ପୋଖରୀ ନିଲାମରେ ସେ ଅଂଶଦାର ରହିଥିବା ପୁଲିସ ତଦନ୍ତ ବେଳେ ଜାଣିପାରିଛି। ନୟାଗଡର ଦୁର୍ଗପ୍ରସାଦ ଅଚଂଳର ବୈକୁଣ୍ଠନାଥ ଜେନାଙ୍କ ଏଟିଏମ ବଦଳି କରି ସେଥିରୁ ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଣ କରିଥିବା ଜଣାପଡିଛି। ନୟାଗଡ ଥାନା ପୁଲିସ ମଧ୍ୟ ଛତ୍ରପୁର ଆସି ଏହି ଦୁଇଜଣଙ୍କୁ ରିମାଣ୍ଡରେ ନେବେ । ଯେଉଁ ସମୟରେ ମାଧପୁର ଏଟିଏମରୁ ବରିଷ୍ଠ ନାଗରିକ ଠକେଇର ଶିକାର ହେଲେ ଛତ୍ରପୁର ପୁଲିସ ପ୍ରାଥମିକ ତଦନ୍ତରୁ ଜିଲାର କେଶପୁର ଏଟିଏମ ରୁ ୬ଥର, ହୁମ୍ମା ଏଟିଏମରୁ ୯ଥର, ରମ୍ଭା ଏଟିଏମରୁ ୧୫ଥର, ଖଲ୍ଲିକୋଟ ଏଟିଏମରୁ ୩ଥର, ଲାଲଚାନ୍ଦ ସୁନା ଦୋକାନରେ ଦୁଇ ଥର, ରୁପି ପେ’ରୁ ୧୨ ଥର ଟଙ୍କା ଟ୍ରାନସଫର ହୋଇଥିବା ଜଣାପଡିଛି। ଏଟିଏମ ସିସିଟିଭି ଫୁଟେଜକୁ ଆଧାର କରି ଲୁଟିଆଙ୍କୁ ଧରିବାକୁ ପୁଲିସ ଜାଲ ବିଛାଇଥିଲା। ପ୍ରଥମେ ପୁଲିସ ବ୍ରହ୍ମପୁରରୁ ସୀମାଞ୍ଚଳକୁ ଧରିଥିଲେ। ତାର ବୟାନ ଆଧାରରେ ସହଯୋଗୀ ଗୋବର୍ଦ୍ଧନକୁ ଖଣ୍ଡଗିରି ଡୁମଡୁମା ଫେଜ-୨ ଅଞ୍ଚଳରୁ ଧରିବାରେ ସଫଳ ହୋଇଛି। ଏପରିକି ଏହି ଦୁଇଜଣ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ମଧ୍ୟ ଏଟିଏମ ବଦଳ କରି ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇଥିବା ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ​‌େ​‌ର ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ଶିତାଂଶୁ ଶେଖର ମାନ୍ଧାତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories