www.samajalive.in
Saturday, December 13, 2025
23.1 C
Bhubaneswar

କେବଳ ଟୀକା କରୋନା ମହାମାରୀକୁ ରୋକି ପାରିବ ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: କେବଳ କୋଭିଡ଼ ଟୀକା କରୋନା ମହାମାରୀକୁ ରୋକିପାରିବ ନାହିଁ । ତେଣୁ ଏଥିପାଇଁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶକ ଟେଡ୍ରୋସ୍ ଆଡେନୋମ୍ ଗେବ୍ରେସିସ୍। ସେ କହିଛନ୍ତି ଯେ କରୋନା ମାମଲା ଆସିବା ପରଠାରୁ ଏହା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ପର୍ଯ୍ୟନ୍ତ ୫ କୋଟି ୪୦ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଟୀକା କରୋନା ସଂକ୍ରମଣ ରୋକିବାରେ ସହାୟତା ହୋଇପାରେ, ମାତ୍ର ଏହାକୁ ବଦଳାଇ ପାରିବ ନାହିଁ ।

ଟେଡ୍ରୋସ କହିଛନ୍ତି ଯେ ପ୍ରାରମ୍ଭରେ ଟିକା ଯୋଗାଣ ଜନସାଧାରଣଙ୍କ ପାଇଁ ସୀମିତ ରହିବ କାରଣ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ ସର୍ବାଧିକ ବିପଦ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଏହା ମୃତ୍ୟୁ ହାର ହ୍ରାସ କରିବ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories