www.samajalive.in
Saturday, December 13, 2025
23.1 C
Bhubaneswar

ଶିଶୁ ଅଧିକାର ସପ୍ତାହ ପାଳିତ

କେଶଦୁରାପାଳ : ଘଷିପୁରା ଏସ୍‌ଆରଏମ୍ ର ଅନ୍ତେବାସୀ ଶିଶୁମାନଙ୍କ ଗହଣରେ ଚାଇଲ୍ଡଲାଇନ୍ ପକ୍ଷରୁ ଦୋସ୍ତୀ ଓ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି। ଚାଇଲ୍ଡଲାଇନ୍ ଉପକେନ୍ଦ୍ର ଆନନ୍ଦପୁର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁମାନେ ନାଚଗୀତ ସହିତ ବେଲୁନ ଫୁଙ୍କା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆନନ୍ଦ ଅନୁଭବ କରିଥିଲେ। କାର୍ଯ୍ୟକ୍ରମ ରେ ଘଷିପୁରା ଥାନା ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ବିଶି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କର ହସରେ ଲୁଚିରହିଥିବା ଆନନ୍ଦକୁ ପ୍ରକାଶ କରିଥିଲେ। ଶିଶୁମାନେ ଶିକ୍ଷା ରେ ମନୋନିବେଶ କରି ଉତ୍ତମ ଆଚରଣ ଦ୍ଵାରା ଭବିଷ୍ୟତ କୁ ସଶକ୍ତ ଓ ଶୃଙ୍ଖଳିତ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଘଷିପୁରା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜାପାନୀ କୁମାରୀ ମିତ୍ର ଶିଶୁ ମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ବାରୋପକରି ପୌଷ୍ଟିକ ଆହାର ଓ ସ୍ବଚ୍ଛତା ରକ୍ଷା କରିବା କୁ ପରାମର୍ଶ ଦେଇଥିଲେ। ଏସ୍‌ଆର୍‌ଏମ୍ ର ମୂଖ୍ୟ ନମିତା ବଳ, ଚାଇଲ୍ଡଲାଇନ୍ ଟିମ୍  ସଂଯୋଜକ ନରେନ୍ଦ୍ର ପରିଡା, ଭାଗୀରଥି ଦାଶ, ସସ୍ମିତା ମହାନ୍ତି ଓ ଆନନ୍ଦସାହୁ ଶିଶୁ ଅଧିକାର ବିଷୟରେ ସଚେତନ କରିଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories