www.samajalive.in
Thursday, December 11, 2025
18.1 C
Bhubaneswar

କରୋନାକୁ ପରାସ୍ତ କଲେ ୯୬ ଓ ୮୮ ବର୍ଷର ଦମ୍ପତି

ଭୁବନେଶ୍ୱର: ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି। ୯୬ ଓ ୮୮ ବର୍ଷର ଏହି ଦମ୍ପତି ସମ୍‍ କୋଭିଡ ହସ୍ପିଟାଲ୍‍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା ସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତି ହୋଇଥିଲେ ।  ଗତ ନଭେମ୍ବର ୭ ତାରିଖରେ କରୋନା ସଂକ୍ରମିତ ହେବା ପରେ ଏହି ଦମ୍ପତିଙ୍କୁ ସମ୍‍ କୋଭିଡ ହସ୍ପିଟାଲ୍‍ରେ ଭର୍ତି କରାଯାଇଥିଲା। ବୟସାଧିକ୍ୟ କାରଣରୁ ଉଭୟଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା। କରୋନା ସଂକ୍ରମିତ ହେବା ପରେ ଜ୍ୱର ଏବଂ କାଶ ମଧ୍ୟ ହେଉଥିଲା। ତେବେ ସମ୍‍ କୋଭିଡ ଟିମ୍‍ର ଚିକିତ୍ସା ଓ ଯତ୍ନ ଫଳରେ ଦମ୍ପତି ସୁସ୍ଥ ହୋଇ ଏକା ସଂଗରେ ଘରକୁ ଫେରିଛନ୍ତି।  ଘରକୁ ଫେରିବା ସମୟରେ ଉଭୟ ବୈଦ୍ୟନାଥ ଓ ଶକୁନ୍ତଳା ସମ୍‍ କୋଭିଡ ହସ୍ପିଟାଲ୍‍କୁ ପ୍ରଶଂସା କରିବା ସହ ତାଙ୍କୁ ଚିକିତ୍ସା କରିଥିବା କୋଭିଡ ଟିମ୍‍କୁ କୃତଜ୍ଞତା ଜଣାଇଛନ୍ତି।  ସେହିପରି କେନ୍ଦ୍ରାପଡାର ଗନ୍ଧର୍ବ ଚରଣ ସାହୁ (୭୩) ମଧ୍ୟ କୋଭିଡ ଆକ୍ରାନ୍ତ ହୋଇ ସମ୍‍ କୋଭିଡ ହସ୍ପିଟାଲ୍‍ରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରିଛନ୍ତି। ଚିକିତ୍ସା ସହିତ ସ୍ନେହ, ଆଦର ଓ ଯତ୍ନ ଯୋଗୁଁ ସେ ସୁସ୍ଥ ହୋଇଛନ୍ତି ବୋଲି କହି ସମ୍‍ କୋଭିଡ ଟିମ୍‍ର ସେ ଉଚ୍ଚ ପ୍ରଶଂସା କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories