କେଶଦୁରାପାଳ : ଆସନ୍ତା ଡିସେମ୍ବର ୫ ଓ ୬ ତାରିଖରେ ଭାରତୀୟ ଜନତା ଦଳର ଆନନ୍ଦପୁର ନଗର ମଣ୍ଡଳ ପ୍ରଶିକ୍ଷଣ ହେବା ନେଇ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ, ଆନନ୍ଦପୁର ନଗର ମଣ୍ଡଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର କଂ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର କୁ ରାଜ୍ୟ ର ବରିଷ୍ଠ ନେତୃବୃନ୍ଦ ଉଦଘାଟନ କରିଥିଲେ ବୋଲି ଜଣାପଡ଼ିଛି । ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଆଲୋକ କୁମାର ସେଠୀ, ବିଜେପି ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଭଗବାନ ସାହୁ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରାମ ଚନ୍ଦ୍ର ସାହୁ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀମତୀ ସୁମତି ଯୋନା, ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ଗୋଲକ ଜେନା, ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ଏବଂ ପ୍ରଶିକ୍ଷଣ ଶିବିର କିଭଳି ଭାବେ ସରସ ସୁନ୍ଦର ହେବ ସେ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ଶ୍ରୀ ତ୍ରିଲୋଚନ ଦାଶ, ବାଇଧର ସାହୁ, ପୁରିଆ ସାହୁ, ଜ୍ଞାନରଞ୍ଜନ ସାହୁ, ନାରାୟଣ ବାରିକ, ମୁରଲୀଧର ମିଶ୍ର, ନରେନ୍ଦ୍ର ପଣ୍ଡା, ବ୍ରଜ୍ କିଶୋର ଦାସ, ମାନସ ହେତା, ଘାସିନାଥ ନାୟକ, ଯଜ୍ଞ ପ୍ରସାଦ ସାହୁ, ରାଜେନ୍ଦ୍ର କୁମାର ସାହୁ, ସୁନୀନ୍ଦ୍ ସେଠୀ, ସରୋଜ କୁମାର ସାହୁ,ଶ୍ରୀମତୀ ବବିତା ଶତପଥୀ, ଦୀପ୍ତି ମୟୀ ରାଉତ, ସୁକାନ୍ତୀ ପତି, ପ୍ରତିମା ପାତ୍ର କଂ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Popular Categories



