www.samajalive.in
Monday, December 15, 2025
15.1 C
Bhubaneswar

ନିମ୍ନମାନର ପିଚ୍‍; ଭାରତର ଅଭ୍ୟାସ ମ୍ୟାଚ୍‍ ୩ ଦିନିଆ ହେଲା

ଚେମ୍‍ସଫୋର୍ଡ : ମଙ୍ଗଳବାରଠାରୁ ଇଂଲଣ୍ଡର କାଉଣ୍ଟି ଦଳ ଏସେକ୍ସ ବିରୋଧରେ ଭ୍ରମଣକାରୀ ଭାରତୀୟ କ୍ରିକେଟ ଦଳ ୪ ଦିନିଆ ଅଭ୍ୟାସ ମ୍ୟାଚ୍‍ ଖେଳିବାର ଥିଲା। ତେବେ ନିମ୍ନମାନର ପିଚ୍‍ ଓ ପଡ଼ିଆ ଯୋଗୁଁ ଏହି ମ୍ୟାଚ୍‍ର ପ୍ରଥମ ଦିନ ବାତିଲ ହୋଇଯାଇଛି। ଏବେ ଏହି ମ୍ୟାଚ୍‍ ୩ ଦିନିଆ ହୋଇଯାଇଛି। ତେବେ ଔପଚାରିକ ଭାବେ କିଛି କୁହା ଯାଇନାହିଁ ଯେ କାହିଁକି ମ୍ୟାଚ୍‍କୁ ୩ ଦିନିଆ କରାଗଲା।
ଭାରତୀୟ ଦଳ ଚେମ୍‍ସଫୋର୍ଡ ପଡ଼ିଆରେ ଅଭ୍ୟାସ କରିବା ବେଳେ ଦେଖିବାକୁ ପାଇଥିଲା ଯେ ପଡ଼ିଆରେ ଆଦୌ ଘାସ ନାହିଁ। ଫଳରେ ଖେଳାଳି ଆହତ ହେବାର ଆଶଙ୍କା ରହିଛି। ପୁଣି ଭାରତୀୟ ଦଳକୁ ଦିଆ ଯାଇଥିବା ଅଭ୍ୟାସ ପିଚ୍‍ରେ ଆଦୌ ଘାସ ନ ଥିବା ବେଳେ ମ୍ୟାଚ୍‍ର ପିଚ୍‍ରେ ବହୁତ ଘାସ ରହିଥିଲା। ଏହାକୁ ନେଇ ମଧ୍ୟ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହାପରେ ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି, ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ଓ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଗ୍ରାଉଣ୍ଡଷ୍ଟାଫ୍‍ଙ୍କୁ ଡାକି ଦୀର୍ଘସମୟ ଆଲୋଚନା କରିଥିଲେ। ଏହାପରେ ଗ୍ରାଉଣ୍ଡଷ୍ଟାଫ୍‍ କହିଥିଲେ ଯେ ଭାରତୀୟ ଦଳର ସମସ୍ତ ଦାବି ମାନିବାକୁ ସେମାନେ ରାଜି। ସେମାନେ ପିଚ୍‍ରୁ ଘାସ କାଟିଦେବେ ଏବଂ ଆଉଟ୍‍ଫିଲ୍‍ଡରେ ପାଣି ପକାଇବେ। ତେବେ ୪ ଦିନିଆ ମ୍ୟାଚ୍‍ ପାଇଁ ଟିକଟ ବିକ୍ରି ହୋଇ ଯାଇଥିବାରୁ ମ୍ୟାଚ୍‍କୁ ୩ ଦିନିଆ କରା ଯାଇଥିବାରୁ ଆୟୋଜକଙ୍କୁ କ୍ଷତି ସହିବାକୁ ପଡ଼ିବ। ମ୍ୟାଚ୍‍ର ପ୍ରଥମଦିନ ବାତିଲ ହୋଇ ଯାଇଥିବାରୁ ଭାରତୀୟ ଖେଳାଳି ଅଭ୍ୟାସ କରିଥିଲେ। ବିଶେଷକରି ଭାରତୀୟ ପେସ୍‍ ବୋଲର ଦୀର୍ଘ ସମୟ ନେଟ୍‍ସରେ ବୋଲିଂ କରିଥିବା ବେଳେ ବ୍ୟାଟ୍‍ସମ୍ୟାନ୍‍ ମଧ୍ୟ ବ୍ୟାଟିଂ କରିଥିଲେ। ଯଶପ୍ରୀତ ବୁମ୍‍ରାଙ୍କ ଆଙ୍ଗୁଠିରେ ପଟି ବନ୍ଧା ହୋଇଥିଲେ ହେଁ ସେ ନେଟ୍‍ସରେ ବୋଲିଂ କରିଥିଲେ। ଚେମ୍‍ସଫୋର୍ଡରେ ଗତ କିଛିଦିନ ହେଲା ଟାଣ ଖରା ହେଉଥିବାରୁ ପଡ଼ିଆର ଘାସସବୁ ମରିଯାଇଛି। ତେବେ ଭାରତ-ଏସେକ୍ସ ଅଭ୍ୟାସ ମ୍ୟାଚ୍‍ ଏଠାରେ ଖେଳାଯିବ ବୋଲି ବହୁ ପୂର୍ବରୁ ଘୋଷଣା କରା ଯାଇଥିଲେ ସୁଦ୍ଧା ଗ୍ରାଉଣ୍ଡଷ୍ଟାଫ୍‍ ପଡ଼ିଆରେ ପାଣି ନ ପକାଇବା ନିଶ୍ଚୟ କ୍ଷୋଭର ବିଷୟ। ଏବେ ୩ ଦିନିଆ ମ୍ୟାଚ୍‍ ଖେଳିବାକୁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ଏହା ଏକ ଅନୌପଚାରିକ ଓ ଅଭ୍ୟାସ ମ୍ୟାଚ୍‍ ହୋଇଥିବାରୁ ଭାରତୀୟ ଦଳର ୧୮ ଜଣ ଖେଳାଳି ଖେଳିବାର ସୁଯୋଗ ପାଇବେ। ଅଗଷ୍ଟ ୧ରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories