www.samajalive.in
Monday, December 15, 2025
14.1 C
Bhubaneswar

ସିସୋର୍‍ ଚିଟ୍‍ଫଣ୍ଡ୍‍ ତଦନ୍ତ ଜୋର୍‍ ଧରିଲା

ଭୁବନେଶ୍ୱର: ସିବିଆଇ ଏସ୍‍ଆଇଟି ପକ୍ଷରୁ ସିସୋର୍‍ ଚିଟଫଣ୍ଡ ତଦନ୍ତକୁ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି। ସିବିଆଇଠାରୁ ଚିଠି ପାଇବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଙ୍ଗଳବାର କେତେକ କାଗଜପତ୍ର ସିବିଆଇ ନିକଟରେ ଦାଖଲ କରାଯାଇଛି। ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦେଶକ ବିଜୟ କୁମାର ଭଞ୍ଜ ସିବିଆଇ ଏସ୍‍ଆଇଟିକୁ ଯାଇ କାଗଜପତ୍ର ଦାଖଲ କରିଛନ୍ତି। ଦୀର୍ଘ ୫ ଘଣ୍ଟା ଧରି ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କୁ ସିବିଆଇର ତଦନ୍ତକାରୀ ଅଧିକାରୀ ପଚରାଉଚରା କରିଥିଲେ। ସିବିଆଇ ଦେଇଥିବା ଚିଠି ସମ୍ପର୍କରେ ପର୍ଯ୍ୟଟନ ନିର୍ଦେଶକ ନୀତିନ ଭାନୁଦାସ ଜୱଲେ କହିଛନ୍ତି ଯେ ସରକାରଙ୍କଠାରୁ ନିର୍ଦେଶ ପାଇବା ପରେ ମଙ୍ଗଳବାର କାଗଜପତ୍ର ଦାଖଲ କରାଯାଇଛି।
କଟକ ମହାନଦୀରେ ନୌକାବିହାର ପାଇଁ ସିସୋର୍‍ ସହିତ ପର୍ଯ୍ୟଟନ ବିଭାଗର ହୋଇଥିବା ଚୁକ୍ତି ସଂକ୍ରାନ୍ତ ଫାଇଲ୍‍ ଦାଖଲ କରାଯାଇଛି। ଉକ୍ତ ଚୁକ୍ତିପତ୍ରରେ କେଉଁମାନେ ସ୍ୱାକ୍ଷର କରିଥିଲେ ଏବଂ ଏହି ପ୍ରକଳ୍ପରେ ସିସୋର୍‍ କେତେ ଟଙ୍କା ନିବେଶ କରିଥିଲା ସେସବୁ ତଥ୍ୟ ରହିଛି। ମହାନଦୀ କୂଳରେ ରିସୋର୍ଟ ନିର୍ମାଣ କରିବାକୁ ପର୍ଯ୍ୟଟନ ବିଭାଗର କେଉଁ ଅଧିକାରୀ ଅନୁମତି ଦେଇଥିଲେ ସେ ସମ୍ପର୍କରେ ଗତ କିଛି ଦିନ ହେବ ସିବିଆଇର ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରୁଥିବା ଦୃଷ୍ଟିରୁ କେତେକ କାଗଜପତ୍ର ପାଇବା ନିମନ୍ତେ ସିବିଆଇ ପକ୍ଷରୁ ଗତ ସପ୍ତାହରେ ପର୍ଯ୍ୟଟନ ବିଭାଗକୁ ପୁନର୍ବାର ଚିଠି ଲେଖାଯାଇଥିଲା। ପର୍ଯ୍ୟଟନ ବିଭାଗଠାରୁ କାଗଜପତ୍ର ମିଳିବା ନେଇ ବିଳମ୍ବ ହେଉଥିବାରୁ ସିବିଆଇ ତଦନ୍ତ ଅଟକି ରହିଥିଲା। ‘ସମାଜ’ରେ ଏନେଇ ମଙ୍ଗଳବାର ଖବର ପ୍ରକାଶ ପାଇବା ପରେ ପର୍ଯ୍ୟଟନ ବିଭାଗର ଅଧିକାରୀ ସିବିଆଇ ଏସ୍‍ଆଇଟି କାର୍ଯ୍ୟାଳୟକୁ ଯାଇ କାଗଜପତ୍ର ଦାଖଲ କରିଛନ୍ତି। ଏହି କାଗଜପତ୍ର ମିଳିବା ପରେ ତଦନ୍ତ ଅଗ୍ରଗତି କରିବ ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି। ପର୍ଯ୍ୟଟନ ବିଭାଗ ସିବିଆଇକୁ ସହଯୋଗ କରୁ ନ ଥିବା ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପାଇଥିବାରୁ ମଙ୍ଗଳବାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସିବିଆଇକୁ ତାଙ୍କ ବିଭାଗ ପୂର୍ବରୁ ସହଯୋଗ କରିଆସୁଛି। ବିଧାନସଭାରେ ସେ ମଧ୍ୟ ଏନେଇ ଉତ୍ତର ରଖିଛନ୍ତି। ସିବିଆଇ ଯେତେବେଳେ ଯେଉଁ କାଗଜପତ୍ର ଆବଶ୍ୟକ କରିଛନ୍ତି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories