www.samajalive.in
Saturday, December 13, 2025
27.1 C
Bhubaneswar

ଖୋଲା ଆକାଶ ତଳେ ପଡିରହିଛି ଶହ ଶହ ବସ୍ତା ସାର, ଦାୟୀ କିଏ?

ରାୟଗଡ/ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ନିକଟ ମହେନ୍ଦ୍ର ତନାୟ ନଦୀ ନିକଟରେ ଥିବା ରାୟଗଡ ସରକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପଛ ବାଉଣ୍ଡରୀ ପୋଲିସ କ୍ୱାଟର ସାମ୍ନା ରେ ଲଟା ବୁଦା ଜାଗାରେ ଖୋଲା ଆକାଶ ତଳେ ଶହ ଶହ ସାର ବସ୍ତା ପଡି ଥିବାର ଦେଖିବାକୁ ମିଳିଛି। ଏହି ସାର ବସ୍ତା ସବୁ କୃଷକ ମାନଙ୍କ ଉଦ୍ୟାନ ବିଭାଗୀୟ କୃଷି କ୍ଷେତ୍ରରେ ଆମ୍ବ, ପଣସ, କାଜୁ ଆଦି ଗଛ ନିମନ୍ତେ ସରକାର ଦେଇଥାନ୍ତି। ଖବର ନେବାରୁ ଜଣା ପଡିଛି ଯେ ରାୟଗଡ ସରକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ବାଉଣ୍ଡରିକୁ ଲାଗି ପୋଲିସ କ୍ୱାଟର ସାମ୍ନା ଲଟାବୁଦା ମଧ୍ୟରେ ଶହ ଶହ ଅରଗା ନାଇଜର ଫୋରଟିଲାଇଜ଼ର ସାରବସ୍ତା ଖୋଲା ହୋଇ ବା ବସ୍ତା ସବୁ ଚିରା ହୋଇ ଖୋଲା ଆକାଶ ତଳେ ଏଣେ ତେଣ ପଡ଼ିଥିବାର ଦେଖିବାକୁ ମେଳୁଛି। ଯାହାଦ୍ଵାରା ସାର ବସ୍ତା ସବୁ ଖରା ଓ ବର୍ଷାରେ ବାହାରେ ପଡ଼ିରହିଛି। ଯାହାଦ୍ଵାରା ସାରରେ ଥିବା ଓଷଧିୟ ଅଂଶ ସବୁ ପାଣି ପଡି ନଷ୍ଟ ହୋଇଯାଇଥିବ ବୋଲି ଅନୁମାନ ହେଉଛି।

- Advertisement -

ବ୍ଲକ ଉଦ୍ୟାନବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସାର ରଖିବା ପାଇଁ ଆମ ପାଖରେ ଗୋଦାମ ନାହି। ସେଥିପାଇଁ ଆମେ ଏମିତି ରଖିଛୁ ଓ ଚାଷୀଙ୍କୁ ଦେଉଛୁ। ଏଥିରୁ ଜଣାପଡ଼ୁଛି ଯେ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସାର ବସ୍ତା ସବୁ ଏପରି ରହୁଛି। ଯଦି ଆନ୍ତରିକତା ଥାଆନ୍ତା ହାଟପଦାଠାରେ ଏକ ଆରଏମସିରେ ଏକ ଗୋଦାମ ଘର ରହିଛି। ତାହା ବି ଖାଲି ରହିଛି। ସେଠାରେ ବି ରଖି ପାରିଥାଆନ୍ତେ। ଏହି ସରକାରୀ ଉଦ୍ୟାନ କାର୍ଯ୍ୟାଳୟ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏ କାହିଁକି ଗୋଦାମ ଗୃହ ନିର୍ମାଣ କରାଯାଇ ନାହିଁ। ଖୋଲାରେ ସାର ବସ୍ତା ରଖିବା କେତେଦୁର ଯଥାର୍ଥ। ତାହା ଏଥିରୁ ଜଣାପଡୁଛି। ରାଜ୍ୟ, କେନ୍ଦ୍ର ସରକାର କୃଷିନିମନ୍ତେ କୃଷକମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ରାୟଗଡ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଖୋଲା ଉଲ୍ଲଙ୍ଘନ ହଉଥିବା ଦେଖିବାକୁ ମିଳିଛି, ଗତ ଦିନରେ ପାଞ୍ଚ ପାଞ୍ଚ ଗୋଟି ଲଘୁଚାପ ଜନିତ ବର୍ଷା ଖରା ଶୀତ କାକର ମଧ୍ୟରେ ପଡି ରହିଅଛି ତା ଉପରେ ପାଲ ମଧ୍ୟ ଗୋଡ଼ାଇ ବା ହୋଇନି ରାୟଗଡ ବ୍ଲକ କୃଷକ ମାନଙ୍କ ପକ୍ଷରୁ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛନ୍ତି। ମୋହନା ବିଧାୟକ, ଜିଲ୍ଲା ପରିଷଦ ଅଧକ୍ଷା, ବ୍ଲକ ଅଧକ୍ଷ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରଧ କରାଯାଉଛି। ତତ ସଙ୍ଗେ ଗଜପତି ଜିଲ୍ଲା କୃଷି ଉଦ୍ୟାନ ଅଧିକାରୀ ଏକ ଗୋଦାମ ଗୃହ ଯୁଦ୍ଧକାଳୀନ ଭିତରେ କରିବା ପାଇଁ ଚାଷୀମାନେ ଦାବି ଜଣାଇଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories