www.samajalive.in
Saturday, December 13, 2025
27.1 C
Bhubaneswar

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ: ୩ ଯବାନ ସହିଦ, ଜବାବରେ ୮ ପାକ୍‌ ସୈନ୍ୟ ନିପାତ

ଶ୍ରୀନଗର: ‌ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ କାରଣରୁ କାଶ୍ମୀର ସୀମାନ୍ତରେ ଶୁକ୍ରବାର ଘମାଘୋଟ ଲଢ଼େଇ ଭଳି ପରିସ୍ଥିତି ଉପୁଜିଛି। ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବା ଉରିରୁ ଗୁରେଜ ପର୍ଯ୍ୟନ୍ତ ବିଭିନ୍ନ ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରି ଭାରତୀୟ ସେନା ଓ ସ୍ଥାନୀୟ ଗ୍ରାମ ଉପରେ ଆକ୍ରମଣ କରିଛନ୍ତି। ଭାରତ ପକ୍ଷରୁ ତୁରନ୍ତ ଏହାର କଡ଼ା ଜବାବ ଦିଆଯାଇଛି। ‌ପାକିସ୍ତାନୀ ଆକ୍ରମଣରେ ଭାରତର ୩ ଯବାନ ସହିଦ ହୋଇଛନ୍ତି। ଏଥିସହ ୪ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଯବାନଙ୍କ ସହ ମୋଟ ୧୦ଜଣ ଆହତ ହୋଇଛନ୍ତି। ମୃତ ଯବାନଙ୍କ ମଧ୍ୟରେ ବିଏସଏଫ ସବ୍‌ଇନ୍ସପେକ୍ଟର (ଏସଆଇ) ରାକେଶ ଡୋଭାଲ ଓ କନ୍‌ଷ୍ଟେବଳ ବାସୁ ରାଜା ଅଛନ୍ତି।

ଏହାର ତୁରନ୍ତ ପ୍ରତିଶୋଧ ନେଇଛି ଭାରତ। ପାକିସ୍ତାନୀ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଭାରତୀୟ ସେନା ଜୋର୍‌ଦାର ପ୍ରତିଆକ୍ରମଣ କରିବାରେ ପାକିସ୍ତାନର ୮ରୁ ୧୦ ଯବାନ ନିପାତ ହୋଇଛନ୍ତି ଓ ୧୦ରୁ ୧୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପାକିସ୍ତାନ ସେନାର ୩ଜଣ ଏସ୍‌ଏସ୍‌ଜି କମାଣ୍ଡର ଥିବା ଜଣାପଡ଼ିଛି। ବିଶେଷକରି ଭାରତ କଡ଼ା ଯବାବ ଦେବାକୁ ଯାଇ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ପାକିସ୍ତାନର ଏକାଧିକ ସେନା ବଙ୍କର ଓ ଅସ୍ତ୍ରାଗାର ସହ ଆତଙ୍କବାଦୀଙ୍କ ଆଡ୍ଡା ଓ ଲଞ୍ଚପ୍ୟାଡ୍ ଆଦି ଧ୍ବଂସ ପାଇଛି। ଏହି ଘଟଣା ନେଇ ଭାରତ ପକ୍ଷରୁ ସମଗ୍ର ଏଲ୍‌ଓସିରେ ବଡ଼ ଧରଣର ସମରସଜ୍ଜା କରାଯାଇଛି।

- Advertisement -

ଶୁକ୍ରବାର ସକାଳେ ପାକିସ୍ତାନ ପକ୍ଷରୁ ଅତର୍କିତ ଭାବେ କେରାନ ସେକ୍ଟର ଓ ପରେ ବାରମୂଳା ଜିଲାର ହାଜିପୀର ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ପରେ ଉରି, ତଙ୍ଗଧର ଓ ଗୁରେଜ ସେକ୍ଟରରେ ଗୁଳି ଚାଳନା କରାଯାଇଥିଲା। ପାକିସ୍ତାନୀ ସେନାର ଗୁଳି ବର୍ଷା ଓ ମୋର୍ଟାର ମାଡ଼ରେ ଭାରତୀୟ ସୀମାନ୍ତବର୍ତ୍ତୀ ଗ୍ରାମର ଜନସାଧାରଣଙ୍କ ବାସଭବନର ବିପୁଳ କ୍ଷତି ହୋଇଥିଲା। ଉରି ସେକ୍ଟରରେ ସର୍ବାଧିକ କ୍ଷତି ଘଟିଥିଲାବେଳେ ଏଠାକାର ନାମ୍ବଲାଠାରେ ଦୁଇ ଯବାନ ଓ ଜଣେ ମହିଳାଙ୍କ ସହ ଦୁଇ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ନୌଗାଓଁ ସେକ୍ଟରରେ ବିଏସ୍‌ଏଫ୍‌ ଏସ୍‌ଆଇଙ୍କ ସହ ଦୁଇ ଯବାନ ଆହତ ହୋଇଛନ୍ତି। ଟଙ୍କଧର ସେକ୍ଟରରେ ତିନି ସାଧାରଣ ନାଗରିକ ଆହତ ହୋଇଛନ୍ତି। ପୁଞ୍ଚ ଅନ୍ତର୍ଗତ ସୌଜିଆନରେ ସ୍ଥାନୀୟ ବାସିନ୍ଦାଙ୍କ ଘର ଉପରେ ମୋର୍ଟାର ମାଡ଼ରେ ୩ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସୀମାନ୍ତ ଗ୍ରାମରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଗୁରେଜ, ତଙ୍ଗଧରରୁ କିଛି ଲୋକଙ୍କୁ ମଧ୍ୟ ହଟାଇ ଦିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପାକିସ୍ତାନ ଅନୁପ୍ରବେଶକାରୀ ଗତ ୭ତାରିଖ ରାତିରେ କୁପୱାଡ଼ା ଜିଲା ଅନ୍ତର୍ଗତ ମାଛିଲ ସେକ୍ଟରରେ ଭାରତକୁ ପ୍ରବେଶ ଉଦ୍ୟମ କଲାବେଳେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କବାଦୀ ନିପାତ ହୋଇଥିଲେ। ଏହି ଘଟଣାରେ ଭାରତର ୪ ସୁରକ୍ଷାକର୍ମୀ ସହିଦ ହେବା ସହ ୨ଜଣ ଆହତ ହୋଇଥିଲେ। ଚଳିତ ବର୍ଷ ଏଲଓସିରେ ପାକିସ୍ତାନ ପକ୍ଷରୁ ୪୦୫୨ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୪୭ଜଣ ଆହତ ହୋଇଛନ୍ତି। ୨୦୧୯ରେ ମୋଟ ୩୨୩୩ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories