www.samajalive.in
Wednesday, December 10, 2025
16.1 C
Bhubaneswar

ନର୍ସିଂ କ୍ୟାଡ଼ର ରୁଲ୍‌ରେ ସଂଶୋଧନ, ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲା ସଂଘ

ଭୁବନେଶ୍ୱର: ବହୁବର୍ଷ ପରେ ରାଜ୍ୟ ସରକାର ସହୃଦୟତାର ସହିତ ନର୍ସିଂ କାର୍ଡ଼ର ରୁଲ୍‌ରେ ସଂଶୋଧନ କରିଛନ୍ତି। ଯାହାଫଳରେ ନର୍ସମାନେ ଏଣିକି ମୂଳ ପଦରୁ ପଦୋନ୍ନତି ପାଇ ଯୁଗ୍ମ ସଚିବ ପର୍ଯ୍ୟନ୍ତ ଯାଇପାରିବେ, ଯାହା ନର୍ସିଂମାନଙ୍କ ପାଇଁ ଖୁସିର କଥା। ଶେଷରେ ସରକାର ନର୍ସିଂମାନଙ୍କ ଚାକିରିଗତ ସମସ୍ୟା ଓ କ୍ୟାଡ଼ର ରୁଲ୍‌ରେ ବ୍ୟାପକ ସଂଶୋଧନ କରି ରାଜ୍ୟର ହଜାର ହଜାର ନର୍ସଙ୍କ ପ୍ରତି ଯଥୋଚିତ ନ୍ୟାୟ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର, ଏନ୍ଏଚ୍ଏମ୍ ନିର୍ଦେଶିକା ଶାଳୀନ ପଣ୍ଡିତ ଓ ନର୍ସିିଂ ନିର୍ଦେଶିକା ଡ. ସଂଯୁକ୍ତା ସାହୁଙ୍କୁ ଓଡ଼ିଶା ନର୍ସିଂ ଆସୋସିଏସନ ତରଫରୁ ଶୁଭେଚ୍ଛା ସହ କୃତଜ୍ଞତା ଜ୍ଞାପନ କରାଯାଇଛି।

ପ୍ରକାଶଥାଉକି, ଜଣେ ନିର୍ସିଂ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ମଧ୍ୟ ଚାକିରିରେ ନର୍ସିଂ ଭାବେ ଯୋଗ ଦେଇ ଅବସର ପର୍ଯ୍ୟନ୍ତ ଦୁଇ ତିନୋଟି ପଦୋନ୍ନତି ପାଇଥାଏ। ଯାହା ଅନ୍ୟ ବିଭାଗ ଠାରୁ ପଦୋନ୍ନତିରେ ନଗଣ୍ୟ। ଏହି ସମସ୍ୟାକୁ ନେଇ ଆସୋସିଏସନ ପକ୍ଷରୁ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେବ ନର୍ସିଂ ଆସୋସିଏସନ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲା। ଶେଷରେ ରାଜ୍ୟ ସରକାର ନର୍ସମାନଙ୍କର ସମସ୍ୟାକୁ ସହୃଦୟତାର ସହିତ ଅନୁଧ୍ୟାନ କରି କ୍ୟାଡ଼ର ରୁଲ୍‌ରେ ସଂଶୋଧନ କରିଥିବାରୁ ନର୍ସିଂ ଆସୋସିଏସନ ପୁଣିଥରେ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ରାଜ୍ୟ ସଭାପତି ପ୍ରତିମା ସାମନ୍ତରାୟ, ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ସହ ସମ୍ପାଦିକା ମଞ୍ଜୁଲତା ଦାସ ଓ କାର୍ଯ୍ୟନିର୍ବାହୀ ସଭ୍ୟା ମାଳତୀ ତ୍ରିପାଠୀ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories