www.samajalive.in
Tuesday, December 9, 2025
15.1 C
Bhubaneswar

ରାହୁଳ ‘ନର୍ଭସ’ ଓ ‘ଅନ୍ୟକୁ ପ୍ରଭାବିତ କରି ପାରୁ ନ ଥିବା ବ୍ୟକ୍ତି’: ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା

ନ୍ୟୁୟର୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀଙ୍କୁ ଜଣେ ‘ନର୍ଭସ’ ବ୍ୟକ୍ତି ଓ ତାଙ୍କଠାରେ ଅନ୍ୟକୁ ପ୍ରଭାବିତ କରିପାରିବାର କଳା ନାହିଁ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ତାଙ୍କ ନିକଟରେ ଦକ୍ଷତା ଓ ଉତ୍ସାହର ଅଭାବ ରହିଛି ବୋଲି ଓବାମା କହିଛନ୍ତି । ନିଜର ଆତ୍ମଜୀବନୀ ‘ଏ ପ୍ରୋମିଜ୍ଡ଼ ଲ୍ୟାଣ୍ଡ’ରେ ବିଶ୍ବର ବିଭିନ୍ନ ଦେଶର ରାଜନୈତିକ ନେତାମାନଙ୍କ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି । ଏଥିରେ ସେ ରାହୁଳଙ୍କ ଦକ୍ଷତାକୁ ନେଇ ସନ୍ଦେହପ୍ରକଟ କରିଥିଲେ ହେଁ ମୁକ୍ତ କଣ୍ଠରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି । ଏହି (ମନମୋହନ ସିଂହ) ମୃଦୁଭାଷୀ ବ୍ୟକ୍ତିଙ୍କ ପାଖରେ ପ୍ରଚଣ୍ଡ ଅର୍ଥନୈତିକ ଜ୍ଞାନ ରହିଛି ବୋଲି ବାରାକ୍ ଓବାମା କହିଛନ୍ତି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ରାହୁଳ ଗାନ୍ଧୀଙ୍କ ନିକଟରେ କୌଣସି ସମ୍ପୂର୍ଣ୍ଣ ଗୁଣ ନାହିଁ ବୋଲି ଓବାମା ମତ ଦେଇଛନ୍ତି । ଜଣେ କୌତୁହଳୀ ଛାତ୍ର ଭାବରେ ସେ (ରାହୁଳ) ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ତାହା କରିପାରନ୍ତି ନାହିଁ । ଏଥିପାଇଁ ତାଙ୍କ ନିକଟରେ ଦକ୍ଷତା ନାହିଁ  କିମ୍ବା ଉତ୍ସାହ ନାହିଁ ବୋଲି ଓବାମା କହିଛନ୍ତି ।
ଓବାମା ତାଙ୍କ ପୁସ୍ତକରେ ଅନ୍ୟ ଜଣେ କଂଗ୍ରେସ ବ୍ୟକ୍ତିତ୍ୱ, ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପ୍ରଶଂସା କରିଛନ୍ତି । ସେ ଜଣେ ସକାରାତ୍ମକ ଅର୍ଥନୀତିଜ୍ଞ ବୋଲି ଓବାମା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories