www.samajalive.in
Monday, December 15, 2025
15.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟି, ଚିନ୍ତା ବଢ଼ାଉଛି ସ୍ୱେରେଜ୍‌ ଖାଲ

ଉତ୍ତରଭୁବନେଶ୍ୱର: ଭୁବନେଶ୍ୱରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଏବେବି ଅନେକ ଅଭାବ ପରିଲକ୍ଷିତ ହେଉଛି। ବିଏମ୍‌ସି ପକ୍ଷରୁ ପାନୀୟ ଜଳ, ବିଦ୍ୟୁତ୍‍, ପରିମଳ, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲେବି ଅନେକ ସ୍ଥାନରେ ସ୍ୱେରେଜ୍‌ କାର୍ଯ୍ୟ ସମ୍ପନ୍ନ ହୋଇପାରିନାହିଁ। ଭିଏସ୍‍ଏସ୍‍ ନଗର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଏଠାରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ସାପ୍ତାହିକ ହାଟଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ରହିଛି। ସକାଳୁ ରାତି ପର୍ଯ୍ୟନ୍ତ ଏଠାରେ ଭିଡ଼ ଜମିଥାଏ। ଏପରି ସ୍ଥାନରେ ସ୍ୱେରେଜ୍‍ କାର୍ଯ୍ୟ ପାଇଁ ମାସେ ତଳେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ଖୋଳାଯାଇଥିଲେ ମଧ୍ୟ କାମ ହେଉ ନ ଥିବା ଅଭିଯୋଗ ହୋଇଛି।

ପ୍ରକଳ୍ପ ମୂଲ୍ୟ ୬୪୪ କୋଟି
ମଞ୍ଚେଶ୍ୱରଠାରୁ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ଅଞ୍ଚଳକୁ ଡିଷ୍ଟ୍ରିକ୍ଟ ୬ରେ ସାମିଲ କରାଯାଇଥିବାବେଳେ ଏହି ଅଞ୍ଚଳ​‌େ​‌ର ସ୍ୱେରେଜ୍‍ କାମ ପାଇଁ ୬୪୪ କୋଟି ଟଙ୍କାର ପ୍ୟାକେଜ୍‍ ରହିଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ କହିଛନ୍ତି। ତେବେ ଜାଇକା ପ୍ରକଳ୍ପରେ ଏଲ୍‌ ଆଣ୍ଡ ଟି କାମ କରୁଥିବା ଏବଂ ଆସନ୍ତା ୨୦୨୧ ଜୁନ୍‍ ମଧ୍ୟରେ କାର୍ଯ୍ୟ ଶେଷ ହେବା ଲକ୍ଷ୍ୟ ରହିଥିବା କହିଛନ୍ତି।

- Advertisement -

ମନ୍ଥର ଗତିରେ କାର୍ଯ୍ୟ

ସ୍ୱେରେଜ୍‍ ପାଇଁ ୩୦ ଫୁଟ୍‍ ଗଭୀର ୧୦ ଫୁଟ୍‌ ପ୍ରସ୍ଥରେ ଗାତ ଖୋଳା ଯାଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ବଜାର ଛକ ଉପରେ ଗୋଟିଏ, ଦୁର୍ଗା ମଣ୍ଡପ ସନ୍ନିକଟରେ ଗୋଟିଏ ଏବଂ କୁନ୍ତଳା ମେଡ଼ିସିନ୍‍ ଷ୍ଟୋର ପାଖରେ ଗୋଟିଏ ମୋଟ୍‍ ୩ଟି ଗର୍ତ୍ତ ମାସକ ତଳେ ଖୋଳାଯାଇ କାମ ହେଉନଥିବା ବେଳେ ଯାତାୟାତରେ ସମସ୍ୟା ଏବଂ ଜୀବନ ପ୍ରତି ବିପଦ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ହାଟ ପର୍ଯ୍ୟନ୍ତ ହେବ ପ୍ରଶସ୍ତୀକରଣ
ଭିଏସ୍‍ଏସ୍‍ ନଗର ପ୍ରଭୁଜୀ ସ୍କୁଲଠାରୁ ହାଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ସହିତ ସ୍କୁଲ ସମ୍ମୁଖରେ ଏକ କଲଭର୍ଟ ନିର୍ମାଣ ଚାଲିଛି। ଏହା ଆସନ୍ତା ମାସକ ଭିତରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଡିଭିଜନ୍‍ ୪ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଏହି କାର୍ଯ୍ୟ ପାଇଁ ୧.୫ କୋଟି ବ୍ୟୟ ଅଟକଳ ରହିଛି। ଏହି କାର୍ଯ୍ୟଟି ୩ବର୍ଷ ତଳର। ସରକାରୀ ଜମି ଜବରଦଖଲରେ ଥିବା ବେଳେ ସେଥିରେ ଥିବା ଗଛ ଏବଂ ବିଦ୍ୟୁତ୍‍ ଖୁଣ୍ଟ ଉଠାଇବା ପାଇଁ ଅନୁମତି ଓ ଜବରଦଖଲ ମୁକ୍ତ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories