www.samajalive.in
Monday, December 15, 2025
17.1 C
Bhubaneswar

ଆଶା ବଢ଼ାଇଲା ଫାଇଜର ଟିକା, ତୃତୀୟ ପରୀକ୍ଷାରେ ୯୦% ସଫଳ

ନ୍ୟୁୟର୍କ: କରୋନା ମହାମାରୀକୁ ନେଇ ବିଶ୍ବରେ ଦେଖାଯାଇଥିବା ସ୍ବାସ୍ଥ୍ୟ ସଂକଟର ସମାଧାନ ଦିଗରେ ନୂଆ ଆଶା ସଞ୍ଚାର ହୋଇଛି। ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଓ ଜର୍ମାନୀର ବାୟୋଟେକ କମ୍ପାନୀ ଦ୍ବାରା ମିଳିତ ପ୍ରସ୍ତୁତ କରୋନା ଟିକା ୯୦%ରୁ ଅଧିକ ପ୍ରଭାବଶାଳୀ ରହିଥିବା ଦାବି କରାଯାଇଛି। ସୋମବାର ଫାଇଜର ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି। ୩ ପର୍ଯ୍ୟାୟ ମାନବ ପରୀକ୍ଷଣର ପ୍ରଥମ ଫଳ ହସ୍ତଗତ ହୋଇଛି। ପ୍ରାଥମିକ ଫଳ ଅନୁଯାୟୀ ଟିକାର ପ୍ରଭାବ ୯୦%ରୁ ଅଧିକ ରହିଛି। ଏହା କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାରେ ସକ୍ଷମ ହେବ। ଫାଇଜରର ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୌର୍ଲା କହିଛନ୍ତି ଯେ ବୈଶ୍ବିକ କରୋନା ମହାମାରୀକୁ ରୋକିବା କ୍ଷେତ୍ରରେ ଆମେ ବଡ ସଫଳତା ପାଇଛୁ। ପ୍ରଥମ ଡୋଜ୍ ଟିକା ନେବାର ୨୮ଦିନ ମଧ୍ୟରେ ମାନବ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ସେହିପରି ଦ୍ବିତୀୟ ଡୋଜ୍ ଟିକା ନେବାର ୭ଦିନ ମଧ୍ୟରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ପ୍ରାଥମିକ ଅନୁଧ୍ୟାନରୁ ଜଣାଯାଇଛି ଯେ ଟିକା ନେଇଥିବା ୯୪ଜଣ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାକୁ ଦିଆଯାଇଥିଲା। ମାତ୍ର ସେମାନେ ସଂକ୍ରମିତ ହୋଇ ନଥିଲେ। ଏହି ପରୀକ୍ଷା ଆଗାମୀ ଦିନରେ ଜାରି ରହିବ। ଅଧିକରୁ ଅଧିକ ଲୋକଙ୍କୁ ନେଇ ଟିକା ପରୀକ୍ଷା କରାଯିବ। ପ୍ରାଥମିକ ଫଳକୁ ଆଧାର କରି ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଆମେରିକା ଫୁଡ ଆଣ୍ଡ ଡ୍ରଗ୍ସ କର୍ତ୍ତୁପକ୍ଷଙ୍କ ଅନୁମତି ଲୋଡାଯାଇଛି। ଏହା ସହିତ ଚୂଡାନ୍ତ ଟିକା ପ୍ରସ୍ତୁତ ଲାଗି କମ୍ପାନୀ ଅତିରିକ୍ତ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ବ ଦେଇଛି। ଫାଇଜର ପ୍ରସ୍ତୁତ ଟିକାର ସଫଳତାକୁ ନେଇ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଏହାର ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କରୋନା ଟିକା ପ୍ରସ୍ତୁତିରେ ନୂଆ ସଫଳତା ପାଇଥିବା ଫାଇଜର ୨୦୨୦ ଶେଷ ସୁଦ୍ଧା ସାରା ବିଶ୍ବକୁ ୫କୋଟି ଟିକା ଯୋଗାଇବାକୁ ଯୋଜାନା କରିଛି। ସେହିପରି ୨୦୨୧ ସୁଦ୍ଧା ୧୩୦ କୋଟି ଟିକା ଯୋଗାଇଦିଆଯିବ ବୋଲି କମ୍ପାନୀ କହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ୟୁରୋପୀୟ ୟୁନିୟନ, ବ୍ରିଟେନ​‌, କାନାଡା ଓ ଜାପାନକୁ ଟିକା ଯୋଗାଇ ଦେବାକୁ ଚୁକ୍ତି ସ୍ବାକ୍ଷର କରିଛି। ଜୁଲାଇ ୨୭ରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇଥିଲା। ୪୩,୫୩୮ଜଣ ଏହି ଟିକାନେଇଥିଲେ। ଏଥିରୁ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଫାଇଜର କମ୍ପାନୀର ଟିକାକୁ ଭାରତରେ ମାନବ ପରୀକ୍ଷଣ ଲାଗି କୌଣସି ପ୍ରକାର ଆବେଦନ କରାଯାଇ ନାହିଁ। ଫାଇଜର କମ୍ପାନୀ ପ୍ରତ୍ୟକ୍ଷ କିମ୍ବା ଏହାର ସହଯୋଗୀ କମ୍ପାନୀ ମାଧ୍ୟମରେ ଭାରତରେ ଟିକାର ମାନବ ପରୀକ୍ଷଣ ଲାଗି ଆଗ୍ରହ ପ୍ରକାଶ କରିନାହିଁ। ଏହା ସହିତ ଭାରତରେ ଏହି ଟିକା ଉପଲବ୍ଧ ନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି କି ନାହିଁ ତାହା ଜଣାପଡି ନାହିଁ। ଭାରତ ସରକାର ଏବେ ସିରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ, ଜାଇଡସ୍ କାଡିଲା, ଡକ୍ଟର ରେଡ୍ଡିସ୍ ଓ ବାୟୋଲୋଜିକାଲ ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା ଉପରେ ଗୁରୁତ୍ବ ଦେଇଛନ୍ତି। ୨୦୧୯ରେ ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣ ସୃଷ୍ଟି ପରଠାରୁ ୧୨ଲକ୍ଷ ୫୫ହଜାର ଲୋକ ପ୍ରାଣ ହରାଇଲେଣି। ତେଣୁ ଏହି ଟିକା ଏହି ମହାମାରୀକୁ ରୋକିବାରେ ନୂଆ ଆଶା ସଞ୍ଚାର କରିଛି।

- Advertisement -

ଫାଇଜର ଟିକା ପଛରେ ପତି-ପତ୍ନୀ
ଫ୍ରାଙ୍କଫ୍ରଟ: ଆମେରିକାର ଫାଇଜର ଫାର୍ମାସ୍ୟୁଟିକାଲ ଓ ଜର୍ମାନୀର ବାୟୋଟେକ କମ୍ପାନୀର ମିଳିତ ପ୍ରସ୍ତୁତ କରୋନା ଟିକାର ସଫଳତା ପଛରେ ପତି-ପତ୍ନୀଙ୍କ ନିଷ୍ଠାପର ଉଦ୍ୟମ ଚର୍ଚ୍ଚାକୁ ଆସିଛି। ଏହି ଦମ୍ପତି ହେଲେ ବାୟୋଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ୟୁଗୁର ସଚିନ (୫୫) ଓ ତାଙ୍କ ପତ୍ନୀ ଓଜଲେମ୍ ଟୁରେସି (୫୩)। ୟୁଗୁର ଜର୍ମାନୀର ୧୦୦ଜଣ ଧନୀଙ୍କ ମଧ୍ୟରେ ରହିଛନ୍ତି। କର୍କଟ ରୋଗ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ଏହି ଦମ୍ପତି ପ୍ରଥମେ କାର୍ଯ୍ୟ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories