www.samajalive.in
Sunday, December 14, 2025
19.1 C
Bhubaneswar

ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ଅଦାନୀ ଅଫିସ ଘେରାଓ, ୧୮ରୁ ଖଣି ଏବଂ ପରିବହନ ବନ୍ଦପାଇଁ ଚେତାବନୀ

ରେଙ୍ଗାଲି: ସମ୍ବଲପୁର ଜିଲା ଖିଣ୍ଡା ପଞ୍ଚାୟତରେ ଥିବା ଏନ୍ଏଲ୍‌ସି କମ୍ପାନୀର ତଲାବିରା(୨) ଏବଂ (୩) କୋଇଲା ଖଣିରେ ସ୍ଥାନୀୟ ଯୋଗ୍ୟ ଆଶାୟୀପ୍ରାର୍ଥୀଙ୍କୁ ନିଯୁକ୍ତି ଏବଂ ବାହ୍ୟ ନିଯୁକ୍ତି ବନ୍ଦ କରିବା, ନିୟମ ଅନୁସାରେ ସଠିକ୍ ଭାବରେ ମଜୁରୀ ଦେବା, ଖଣି ଏବଂ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନିଯୁକ୍ତିପ୍ତତ୍ର ଦେବା ଆଦି ଦାବୀ ପୂରଣ ପାଇଁ ଆଜି ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ଅଦାନୀ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା।
ସଂଘର ସଦସ୍ୟ ଏବଂ ଅଞ୍ଚଳର ଶତାଧିକ ବେକାର ଯୁବକ ଏକତ୍ରିତ ହୋଇ ଏହି ଆନ୍ଦୋଳନ ରେ ସାମିଲ ହୋଇ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବରେ ଅଦାନୀ ଅଫିସ ଘେରାଓ କରିଥିଲେ। ସଂଘର ସଭାପତି କିରଣ ବେହେରା ଏବଂ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ଅବସରରେ ଅଦାନୀ କମ୍ପାନୀର ମାନବ ସମ୍ବଳ ବିଭାଗ ମହାପ୍ରବନ୍ଧକ ଅମର ସିଂଙ୍କୁ ୪ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ୪ଦଫା ଦାବୀ ପୂରଣ କରା ନଗଲେ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଣି ଏବଂ ପରିବହନ କାମ ବନ୍ଦ କରି ଦିଆଯିବ ବୋଲି ସଂଘ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଛି।
ଏହି ଘେରାଓ ଅବସରରେ ଆୟୋଜିତ ଏକ ସଭାରେ ସଭାପତି କିରଣ ବେହେରା ଏବଂ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ସାଧାରଣ ସମ୍ପାଦକ ହିମାଂଶୁ ମଲ୍ଲିକ ପ୍ରମୁଖ ସମବେତ ଯୁବକମାନଙ୍କୁ ଉଦ୍‌ବୋଧନ ଦେଇ ଖଣି ଯୋଗୁଁ ଜମିହରାଇଥିବା, ବିସ୍ଥାପିତ ଏବଂ ପ୍ରଭାବିତ ହୋଇଥିବା ତଥା ସ୍ଥାନିୟ ଅଞ୍ଚଳର ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ନଦେଇ ବାହାର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ କରି ବାହ୍ୟ ନିଯୁକ୍ତି ବନ୍ଦ କରାଯାଉ ବୋଲି ଦାବି କରିଥିଲେ। ଏହା ବ୍ୟତୀତ ଖଣି ଏବଂ କମ୍ପାନୀରେ କାମ କରୁଥିବା କର୍ମଚାରୀମାନଙ୍କୁ ରାଷ୍ଟ୍ରାୟତଃ କୋଇଲା ଖଣି ନିୟମ ଅନୁସାରେ ସଠିକ୍ ମଜୁରୀ ନଦେବା ଏବଂ ଅନେକ ଦିନରୁ କାମ କରୂଥିଲେ ମଧ୍ୟ ଏପର୍ଯ୍ୟନ୍ତ କର୍ମଚାରୀ ମାନଙ୍କୁ ନିଯୁକ୍ତିପତ୍ର ଦିଆ ଯାଇ ନଥିବାରୁ କ୍ଷୋଭ ପ୍ରକାଶ କରାଯାଇ ଶୀଘ୍ର ନିଯୁକ୍ତିପତ୍ର ଦେବାକୁ ଦାବି କରିଥିଲେ। ବୁଧିଆପାଲି ଠାରେ ଥିବା ଓଭର ବର୍ଡନ ମାଟି ଡମ୍ପିଂ ଉପରେ କାରଖାନାର ବିଷାକ୍ତ ପାଉଁଶ ଡମ୍ପିଂ ବନ୍ଦ କରାଯିବା ଦରକାର। ଏଥିଯୋଗୁଁ ପ୍ରଦୁଷଣ ସମସ୍ୟା ସୃଷ୍ଟି ହେଉଥିବାରୁ କାରଖାନାର ବିଷାକ୍ତ ପାଉଁଶ କିପରି କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହାର ତଦନ୍ତ କରାଯାଉ ବୋଲି ଦାବି କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories