www.samajalive.in
Saturday, December 13, 2025
21.1 C
Bhubaneswar

ଓଡିଆ ଆଲବମ ଜଗତରେ ପାଟଣାର ଚିନ୍ମୟ

ପାଟଣା : ଗୀତ ଶୁଣି ଶୁଣି ସଙ୍ଗୀତ ନିର୍ଦ୍ଦେଶକ, ୫୦ ରୁ ଅଧିକ ଓଡିଆ ଆଲବମ ରେ ନିର୍ଦ୍ଦେଶନା ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ପାଟଣାର ଚିନ୍ମୟ ଦାଶ ନାମକ ଜଣେ ଯୁବକ । ଦୃଢ଼ ଇଚ୍ଛାଶକ୍ତି ଯେ ସଫଳତାର ଶୀର୍ଷରେ ପହଞ୍ଚାଏ ଏହା କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣାର ଯୁବକ ଚିନ୍ମୟ ଦାଶ । ପିଲା ବେଳୁ ଗୀତ ଶୁଣିବା ତାଙ୍କର ରୁଚି ରହିଥିଲା,  ଆଜି ଏହି ଗୀତ ଶୁଣିବା ନିଶା ଧିରେ ଧିରେ ପେସା ପାଲଟିବାକୁ ଯାଇଛି । ଗୀତ ଶୁଣୁ ଶୁଣୁ ସେ ଆଜି ଜଣେ ଆଲବମ୍ ନିର୍ଦ୍ଦେଶକ ପାଲଟିଯାଇଛନ୍ତି । ପଚାଶ ରୁ ଅଧିକ ଆଲବମ ସଙ୍ଗୀତରେ ନିର୍ଦ୍ଦେଶନା ଦେଇ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତୁ ଇସ୍କି ମୋ ପ୍ୟାର,  ପାଞ୍ଚ ଟଙ୍କିଆ ମାସ୍କ ,ଗରିବ ପ୍ରେମିକ ବୋଲି ଭାଙ୍ଗିଦେଲୁ ଦୃଦୟ, ବିଛା କାମୁଡିଦେଲା ରାତିରେ କାଲି, ହେଲାରେ ଇସ୍କି ହେଲାରେ ଭଳି ଅନେକ ଆଲବମ୍ ପ୍ରସ୍ତୁତ କରି  ଶ୍ରୋତାଙ୍କ ମନ ଛୁଇଁ ପାରିଛନ୍ତି । ଖାଲି ଆଲବମ ନିର୍ଦ୍ଦେଶନା ନୁହେଁ ବରଂ ତୋ ଖୁସିରେ ମୋ ଖୁସି ଭଳି ଅନେକ ଓଡ଼ିଆ ଆଲବମ ଗୀତରେ ମଧ୍ୟ ସେ ଅଭିନୟ କରିଛନ୍ତି । ତାଙ୍କର ଏଭଳି ସଫଳତା ପାଟଣା ଅଞ୍ଚଳ ବାସୀଙ୍କ ପାଇଁ ଗୈାରବ ଆଣିଦେଥିବାରୁ ଅଞ୍ଚଳରେ ତାଙ୍କ ଲୋକପ୍ରିୟତା ବଢୁଥିବା ଓ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଜଣାପଡିଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories