www.samajalive.in
Monday, December 15, 2025
16.1 C
Bhubaneswar

ମକା ପନୀର ଫ୍ରାଏ

ଆବଶ୍ୟକ ସାମଗ୍ରୀ
ସିଝା ଆଳୁ – ୩ଟି
ସିଝା ମକା – ୧କପ
କୋରା ପନୀର – ୫୦ ଗ୍ରାମ
କର୍ଣ୍ଣଫ୍ଲୋର – ୨ଚାମଚ
କଟା କଞ୍ଚାଲଙ୍କା – ୨ଟି
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଚିଜ ଖଣ୍ଡ – ୩ ରୁ ୪ଟି
ପେଷା ପାଉରୁଟିର ମାଟିଆ ଭାଗ – ୧କପ
ଚାର୍ଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ସିଝା ଆଳକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟା ଆଳୁରେ କର୍ଣ୍ଣଫ୍ଲୋର, କୋରା ପନିର , ମକା ପକାନ୍ତୁ। ଏହାପରେ ଏଥିରେ କଞ୍ଚାଲଙ୍କା, ଧନିଆ ପତ୍ର, ଲୁଣ, ଗୋଲମରିଚ ଗୁଣ୍ଡ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ ଲଗାଇ ପାତ୍ରରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ମଧ୍ୟରେ ଏହି ମିଶ୍ରଣରୁ ଛୋଟ ବଲ ଆକୃତିର କରି ଏହାର ମଧ୍ୟ ଭାଗକୁ ଖାଲ କରନ୍ତୁ। ଏହି ଖାଲ ମଧ୍ୟରେ ଚିଜ ଅଳ୍ପ ଚାର୍ଟ ମସଲାକୁ ରଖନ୍ତୁ ଓ ସମ୍ପୂର୍ଣ୍ଣ ବଲ ଆକୃତିର କରି ଦିଅନ୍ତୁ। ଏହି ବଲକୁ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories