www.samajalive.in
Monday, December 15, 2025
27.1 C
Bhubaneswar

ପୂର୍ବ ଶତ୍ରୁତାରୁ ଘର ଉପରେ ସିରିଜ୍‍ ବୋମାମାଡ଼, ପୁଲିସର ତଦନ୍ତ ଜାରି

ଫୁଲବାଣୀ: ଫୁଲବାଣୀ ଟାଉନଥାନା ଅର୍ନ୍ତଗତ ୧୨ ନମ୍ବର ୱାର୍ଡ଼ର ପିଅନପଡ଼ା ଅଞ୍ଚଳର ବନ୍ଧସାହିରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ବୋମାମାଡ଼ ଘଟଣା। ଏହି ଘଟଣା ସମଗ୍ର ଫୁଲବାଣୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଖବର ପ୍ରକାରେ, ବନ୍ଧସାହିର ଟିଟନ ବେହେରା ନାମଜ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୁଧବାର ରାତି ପ୍ରାୟ ୩ଟା ସମୟରେ ଲଗାତର ଭାବେ ତିନୋଟି ବୋମା ମାଡ଼ କରିଛନ୍ତି। ବୋମାମାଡ଼ର ଶବ୍ଦରେ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ଘରୁ ବାହାରି ପଦାକୁ ଚାଲି ଆସିଥିଲେ। ବୋମାମାଡ଼ରେ ଟିଟନଙ୍କ ଘରର ଟିଣ ଆଜବେଷ୍ଟେଜ୍‍ ଦୁଇଟି ସ୍ଥାନରେ କଣା ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସମୟରେ ଟିିଟନଙ୍କ ପରିବାରର ସଦସ୍ୟମାନେ ଘର ଭିତରେ ଶୋଇଥିବା ବେଳେ ସମସ୍ତ ସଦସ୍ୟମାନେ ଅଳ୍ପକେ ବର୍ତ୍ତିଥିବାର ଏତଲାରେ ଉଲ୍ଲେଖ କରିଛନ୍ତି। ଦୁଇଟି ବାଇକରେ କୁଆଡ଼େ ୪ଜଣ ଆସି ଏହି ବୋମାମାଡ଼ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ଟିଟନ ପକ୍ଷରୁ ଫୁଲବାଣୀ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ଏତଲା ପ୍ରକାରେ ପୁଲିସ୍‍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏତଲାରେ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ କରାଯ୍ଧବଥିବା ବେଳେ ଏହାକୁ ନେଇ ମଧ୍ୟ ପୁଲିସ୍‍ ଆରମ୍ଭ କରିଛି ତଦନ୍ତ। ବିଳମ୍ବିତ ରାତ୍ରରେ ହିଁ ଖବର ପାଇଁ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଆଜି ସକାଳେ ସଦର ଏସ୍‍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ , ଫୁଲବାଣୀ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସହିତ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିବା ସହିତ ଘଟଣା ସଂପକ୍ରରେ ସହିତ ସ୍ଥାନୀୟ ଲୋକ ଓ ଟିଟନଙ୍କ ପରିବାରକୁ ଘଟଣା ସର୍ମ୍ପକରେ ପଚାରି ବୁଝିଥିଲେ। ଏଥି ସହିତ ପୁଲିସ୍‍ ବିଭାଗର ଏକ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ପହଞ୍ଚି ମଧ୍ୟ ଘଟଣାର ତଦନ୍ତ କରିବା ସହିତ ସେଠାରେ ପଡ଼ିଥିବା ଏକ ବ୍ୟାଗ୍‍ କୁ ମଧ୍ୟ ପୁଲିସ୍‍ ଜବତ କରିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ହୋଇଥିବା ସନ୍ଦେହ କରି ଟିଟିନ ଏକ ଏତଲା ଦେଇଥିବା ବେଳେ ଉକ୍ତ ଏତଲାରେ କେତେକଙ୍କ ନାମ ମଧ୍ୟ ଦର୍ଶାଇଥିବା ପୁଲିସ୍‍ ସୂତ୍ରରୁ ପ୍ରକାଶ। ଏତଲା ପ୍ରକାରେ ପୁଲିସ୍‍ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ୍‍ ମଧ୍ୟ ତାହାର ପ୍ରାଥମିକ ତଦନ୍ତ ପ୍ରକାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଘଟିଥିବା ବେଳେ ପ୍ରକାଶ କରିଥିବା ବେଳେ ଏହା କେଉଁଭଳି ବୋମା ଓ ସେ ନେଇ ମଧ୍ୟ ତଦନ୍ତ ଚାଲିଥିବା ବେଳେ ଯେଉଁ ମାନଙ୍କ ନାମ ଉଲ୍ଲେଖ କରାଯାଇଛି ସେହିମାନଙ୍କୁ ମଧ୍ୟ ଖୋଜିବ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories