ମହାନଦୀରେ ବନ୍ୟା ଆଶଙ୍କା, ବଢୁଛି ନଦୀର ଜଳସ୍ତର

0

ଭୁବନେଶ୍ୱର/କଟକ: ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ମହାନଦୀ ସହ ଏହାର ଶାଖା ନଦୀମାନଙ୍କର ଜଳସ୍ତର ବୃଦ୍ଧି ପାଉଛି । ସୋମବାର ସୁଦ୍ଧା କଟକର ମୁଣ୍ଡିଳି ନିକଟରେ  ବନ୍ୟା ଜଳ ପହଞ୍ଚି ପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମୟରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାରରେ ସମ୍ବଲପୁରର ବୁର୍ଲା ନିକଟରେ ୬୨୨ ମିଲିମିଟର ବର୍ଷା ହୋଇଛି । ଏହା ଗତ ୨୬ ବର୍ଷର ରେକର୍ଡ କାଟିଛି । ଗତ ଦୁଇ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଛି । ୬ଟି ଜିଲାରେ ବନ୍ୟା ଆଶଙ୍କା କରାଯାଉଛି । ଯାଜପୁର, କେନ୍ଦ୍ରପଡା, ଖୋର୍ଦ୍ଧା , କଟକ, ପୁରୀ, ଜଗତସିଂହପୁରରେ ବନ୍ୟା ଆଶଙ୍କା କରାଯାଉଛି । ଏଥିପାଇଁ ଜିଲାପାଳମାନଙ୍କୁ ସତର୍କ  ରହିବା ପାଇଁ ନିର୍ଦେଶ ଦିଆଯାଇଛି । ନଦୀ କୂଳିଆ ଓ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply