www.samajalive.in
Sunday, December 14, 2025
19.1 C
Bhubaneswar

ମହିଳା ସ୍ୱାସ୍ଥ୍ୟକର୍ମୀ ଛଟେଇ ମାମଲା :  ତିନି ଦିନର ଦିବାରାତ୍ର ଧାରଣା ଶେଷ 

ସମ୍ବଲପୁର; ସମ୍ବଲପୁର ଜିଲାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଛଟେଇ ମାମଲାରେ ବିଗତ ୩ ଦିନ ଧରି ଜାରି ରହିଥିବା ଦିବାରାତ୍ର ଧାରଣା ପ୍ରଦର୍ଶନ ବୁଧବାର ଶେଷ ହୋଇଯାଇଛି। ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ବ୍ୟାପକ ଆଲୋଚନା ପରେ ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ସେମାନଙ୍କର ଧାରଣ ପ୍ରଦର୍ଶନ ଶେଷ କରିଛନ୍ତି। ପ୍ରାପ୍ତସୂଚନାନୁଯାୟୀ, ତିନି ଦିନ ଧରି ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ସହିତ ଆଲୋଚନା ସମୟରେ ଯଦି ସରକାର ଙ୍କ ତରଫରୁ କୌଣସି ନୂତନ ନିଯୁକ୍ତି ହୁଏ ତେବେ ପ୍ରଥମେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦେଇଛନ୍ତି। ଏହା ସହିତ ବକେୟା ରହିଥିବା ୩ ମାସର ଦରମା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଖୁବ ଶିଘ୍ର ଜମା କରି ଦିଆଯିବ ବୋଲି ଦୃଢ଼ ପ୍ରତିଶୃତି ଦିଆଯିବାରୁ ସ୍ୱାସ୍ଥ୍ୟ କର୍ମୀ ମାନେ ଆନ୍ଦୋଳନ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦିନ ପ୍ରାୟ ୧ଟା ପରେ ସେମାନେ ଧାରଣା ପ୍ରଦର୍ଶନ ବନ୍ଦ କରିଥିଲେ।

ଅନ୍ୟ ପଟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଡ. ଜସ୍ମିନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲାପାଳ, ଜିଲା ସ୍ୱାସ୍ଥ୍ୟ ବିଭାଗ, ମହାନଗର ନିଗମ କମିଶନର ଓ ଅନ୍ୟ ସର୍ମ୍ପକିତ ବିଭାଗ ମାନଙ୍କୁ ଚିଠି ସଂଖ୍ୟା ୨୪୯୯୯, ତା ୦୪.୧୧.୨୦୨୦ ଜରିଆରେ କୋଭିଡ – ୧୯ ପାଇଁ ଦିନିକିଆ ପାରିଶ୍ରମିକ ଦେଇ ୩ ମାସ ପାଇଁ ନିଯୁକ୍ତ କରାଯାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଇ ପାରେ। ଏବେ ରାଜ୍ୟରେ କରୋନା ମାମଲା ନିମ୍ନଗାମୀ ହୋଇଥିବାରୁ କୋଭିଡ କେୟାର ହୋମ୍ସ ଗୁଡିକ ବନ୍ଦ ହେବା ପରେ ପ୍ରଶିକ୍ଷିତ ମହିଳା ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ହଟାଇ ଦିଆ ନ ଯାଇ ସେମାନଙ୍କର ସେବାକୁ ୩ ମାସରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ନିଆଯାଇ ପାରେ। ଏଣୁ ଏ ସର୍ମ୍ପକରେ ବିସ୍ତୃତ ରିପୋର୍ଟ ଆଗାମୀ ୨ ଦିନ ମଧ୍ୟରେ ପ୍ରଦାନ କରିବାକୁ ଚିଠିରେ ଯୁଗ୍ମ ନିଦ୍ଦେର୍ଶକ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, କରୋନା ସଙ୍କଟକୁ ଦେଖି ବିଗତ ଦିନରେ ବିଭିନ୍ନ ପର୍ଯ୍ୟାୟରେ ୨୧୧ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ଚୁକ୍ତି ଭିତ୍ତିକ ଏହି ନିଯୁକ୍ତିର ଅବଧି ଆଗାମୀ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିବା ବେଳେ ଦୁଇ ମାସ ପୂର୍ବରୁ ୨୧୧ ଜଣଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ସେମାନଙ୍କ କାମରୁ ଅନ୍ତର କରିଦିଆଯାଇଥିବାରୁ ସେମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଣୁ ଛଟେଇର ଶିକାର ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ମାନେ ସୋମବାର ପୂର୍ବାହ୍ନରେ ଜିଲା କୋଭିଡ – ୧୯ ହସ୍ପିଟାଲରୁ ଏକ ରାଲିରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ଜିଲାପାଳଙ୍କୁ ସେମାନଙ୍କର ଦାବିପତ୍ର ଦେବା ପରେ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ପ୍ରଦର୍ଶନ ପାଇଁ ବସିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ବୁଝାଇ ସୁଝାଇ ସେଠାରୁ ଘଉଡେଇ ଦେଇଥିବା ବେଳେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମଧ୍ୟାହ୍ନରୁ ଫେରି ଜିଲା କୋଭିଡ – ୧୯ ହସ୍ପିଟାଲ ସମ୍ମୁଖରେ ଦାବି ପୂରଣ ସକାଶେ ଧାରଣାରେ ବସି ଯାଇଥିଲେ। ଫଳରେ କୋଭିଡ – ୧୯ ହସ୍ପିଟାଲ, ରକ୍ତ ଭଣ୍ଡାର, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାତାୟାତ ଅନେକ ସମୟ ପାଇଁ ଠପ ହୋଇ ଯାଇଥିଲା। ଜିଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ବହୁ ବୁଝାସୁଝା ପରେ ମଧ୍ୟ ସେମାନେ ନିଯୁକ୍ତି ସହିତ ବକେୟା ଦରମା ପ୍ରଦାନ ଦାବି କରି ୩ ଦିନ ହେବ ଶୀତକାକର ମଧ୍ୟରେ ଦିବାରାତ୍ର ହସ୍ପିଟାଲ ସମ୍ମୁଖରେ ଅଡି ବସି ରହିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories