www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ରାଜ ରାସ୍ତାରେ ପିପିଇ୍‍ କିଟ୍‍

ଫୁଲବାଣୀ :ପୁଣି ରାଜ ରାସ୍ତାରେ ପଡ଼ିଥିବାର ଦେଖାଯାଇଛି ପିପିଇ କିଟ୍‍। ଫୁଲବାଣୀ ଠାରୁ ଫିରିଙ୍ଗିଆ ଯିବାର ଟେଲାପାଲି ରାସ୍ତାରେ ଆଜି ଏହି ପିପିଇ୍‍ କିଟ୍‍ ପଡ଼ିଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ତେବେ କିଏ ଓ କେଉଁ କାରଣ ଯୋଗୁଁ ରାଜ ରାସ୍ତା ପାର୍ଶ୍ବରେ ବ୍ୟବହୃତ ପିପିଇ କିଟ୍‍ ଫୋପାଡ଼ିଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ବାରମ୍ବାର ଘଟୁଥିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଏହାକୁ ବ୍ୟବହାର ପରେ ଏହାକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଏହାକୁ କେତେକ ସଂପୂର୍ଣ୍ଣଭାବେ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ତେବେ ଅନେକ ସମୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ପ୍ରଶାସନ ପକ୍ଷରୁ ପିପିଇ କିଟ୍‍ ପ୍ରଦାନ କରାଯାଉଥିବା ବେଳେ ତାହାକୁ ବ୍ୟବହାର ପରେ ସଂପୃକ୍ତ ବ୍ୟକ୍ତି କଣ କଲେ ତାହାର କୌଣସି ପ୍ରକାର ମଧ୍ୟ ତଥ୍ୟ ନାହିଁ ପ୍ରଶାସନ ନିକଟରେ।ଗୋଟିଏ ପଟେ କନ୍ଧମାଳରେ ଦିନକୁ ଦିନ କରୋନା ସଂକ୍ରମିତ ହ୍ରାସ ପାଉଥିଲେ ମଧ୍ୟ ପୁଣିଥରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଆସିବା ନେଇ ସୂଚନା ମିଳିବା ପରେ ଏହାକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏଭଳି ବ୍ୟବହୃତ ପିପିଇ କିଟ୍‍ ରାଜ ରାସ୍ତାରେ ପଡ଼ିବା ମଧ୍ୟ ଅନେକଙ୍କ ଚିନ୍ତା ଅଧିକ ବଢାଇ ଦେଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories