www.samajalive.in
Sunday, December 14, 2025
19.1 C
Bhubaneswar

କୋଭିଡ୍‌ ପରିସ୍ଥିତିରେ ପେନ୍‌ସନ୍‌ ତଥା ପାରିବାରିକ ପେନ୍‌ସନ୍‌ ପ୍ରଦାନ ପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀର କଠିନ ସପୟରେ ରାଜ୍ୟ ସରକାରଙ୍କ ୫‘ଟି ଏବଂ ‘ମୋ ସରକାର ସୂତ୍ର ଅଧୀନରେ ପେନ୍‌ସନ୍‌ ତଥା ପରିବାର ପେନସନ୍‌ଭୋଗୀମାନଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ବାର୍ଷିକ ଜୀବନ ପ୍ରମାଣପତ୍ର, ବାର୍ଷିକ ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ନଭେମ୍ବର, ୨୦୨୦ରୁ ମଇ, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଥମ ଥର ପାଇଁ ପେନସନ୍‌ ଗ୍ରହଣକାରୀଙ୍କୁ ଗ୍ରାଚୁଇଟି ଏବଂ କମ୍ୟୁଡ଼େଟ୍‌ ପେନସନ୍‌ ପ୍ରଦାନ ପାଇଁ ସମୟସୀମାକୁ ମଧ୍ୟ ମଇ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ରାଜ୍ୟର ପେନସନ୍‌ଭୋଗୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ନିଜର ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମର ପାଳନ ନିମନ୍ତେ ନିଜର ବାର୍ଷିକ ଜୀବନ ପ୍ରମାଣ ନଭେମ୍ବର ୨୦୨୦ ପରିବର୍ତ୍ତେ ମଇ ୨୦୨୧ ରେ ନିଜର ପେନସନ୍‌ ପ୍ରଦାନକାରୀ ସଂସ୍ଥା ଯଥା ଟ୍ରେଜେରୀ ଓ ବ୍ୟାଙ୍କ ପାଖରେ ପ୍ରଦାନ କରନ୍ତୁ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories