www.samajalive.in
Wednesday, December 10, 2025
18.1 C
Bhubaneswar

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଛିଛି। ଗତଥର ଭଳି ଏହି  ୩ଟି ଯାକ ରାଫେଲ ଯୁଦ୍ଧ ବିମାନ‌ ହରିୟାଣା ସ୍ଥିତ ଅମ୍ବାଲା ଏୟାର ବେସ୍‌ରେ ପହଞ୍ଛିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।

ସୂଚନାନୁସାରେ, ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ଏହି ତିନୋଟି ରାଫେଲ ଯୁଦ୍ଧ ବିମାନ ରାସ୍ତାରେ କୌଣସି ସ୍ଥାନରେ ନଅଟକି ସିଧା ଭାରତରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧ ବିମାନ ବାଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଟକିଥିଲା। ଗତ ଜୁଲାଇ ୨୮ରେ  ଫ୍ରାନ୍ସ ସରକାର ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ‌ ଭାରତକୁ ଦେଇଥିଲେ। ଏହା ବିଧିବଦ୍ଧ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏହି ୫ଟି ରାଫେଲ ଯୁଦ୍ଧ ବିମାନକୁ ବର୍ତ୍ତମାନ ଲଦାଖରେ ମୁତୟନ କରାଯାଇଛି। ଚୀନ ସହ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ ସରକାର ରାଫେଲକୁ ଲଦାଖରେ ହିଁ ମୁତୟନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ୫୯,୦୦୦ କୋଟି ଟଙ୍କାରେ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କଣିବାକୁ ଚୁକ୍ତି କରିଥିଲେ।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories