www.samajalive.in
Monday, December 8, 2025
14.1 C
Bhubaneswar

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ସଚେତନତା ପଦଯାତ୍ରା

ବାଙ୍କୀ : ବାଙ୍କୀ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହାୟତାରେ ବାଙ୍କୀ ସହରରେ ବୁଧବାର ଦିନ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ଏକ ସଚେତନତା ପଦଯାତ୍ରା ବାଙ୍କୀ ସହର ପରିକ୍ରମା କରି ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ନିମନ୍ତେ ସଚେତନ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବାଙ୍କୀ ଏନଏସିର କାର୍ଯ୍ୟରତ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଓ କାର୍ଯ୍ୟାଳୟ କର୍ମଚାରୀ ମାନେ ସାମିଲ ହୋଇ ଜନଜାଗରଣ ବାର୍ତ୍ତା ପ୍ରଚାର କରିଛନ୍ତି। ବାଙ୍କୀ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ର ଏହି ପଦଯାତ୍ରାକୁ ଉଦ୍ଦ୍‍ଘାଟନ କରି ସ୍ୱଚ୍ଛ ସହର ପାଇଁ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି।

ସ୍ୱଚ୍ଛତା କାର୍ଯ୍ୟକ୍ରମର ସୁପର ଭାଇଜର ମନ୍ଦାକିନୀ ପଣ୍ଡା, ପ୍ରମିଳା ପୃଷ୍ଟି, ସ୍ୱଚ୍ଛ ସାଥୀ ଅମିତା ମହାପାତ୍ର, ଉର୍ମିଳା ପୃଷ୍ଟି, ସରସ୍ୱତୀ ଦାସ, କଳ୍ପଲତା ନାୟକ, ସ୍ୱର୍ଣ୍ଣଲତା ଧଳ, ଝିଲି ପୃଷ୍ଟି, ଦିପ୍ତିମୟୀ ସାହୁ, ନୋଡାଲ ଅଧିକାରୀ ବିଜୟ କୁମାର ରାଜ, ସୁପରଭାଇଜର ସାନ୍ତନୁ ବେହେରା, କୁବେର ମହାନ୍ତି ପ୍ରମୁଖଙ୍କ ସହଯୋଗରେ ପଦଯାତ୍ରା ସଞ୍ଚାଳିତ ହୋଇଥିଲା। ସାନିଟେସନ ଏକ୍ସପର୍ଟ ସୁଭ୍ରଜିତ୍‍ ସାମଲଙ୍କ ସଂଯୋଜନାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ସେଠୀ, ବରିଷ୍ଠ କର୍ମଚାରୀ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ବାଙ୍କୀ ସହରର ପରିମଳ ସ୍ଥିତି ଓ ବ୍ୟବସ୍ଥାକୁ ନେଇ ସ୍ୱଚ୍ଛ ସର୍ବେକ୍ଷଣ ମାଧ୍ୟମରେ ଘର, ଘରର ଚାରିପାଖ, କଲୋନି, ସାହି, ହାଟ, ବଜାର ଆଦିକୁ ପରିଷ୍କାର ରଖିବା ଓ ବାଙ୍କୀ ସହରକୁ ସ୍ୱଚ୍ଛ ସର୍ବେକ୍ଷଣର ଶୀର୍ଷରେ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶନର ପ୍ରୟାସକୁ କାର୍ଯ୍ୟକାରୀ କରାଯାଇଛି। ସୂଚନା ଯୋଗ୍ୟ ଯେ ଏହା ମାଧ୍ୟମରେ ସହରାଞ୍ଚଳରୁ ସଂଗୃହିତ କଠିନ ଏବଂ ତରଳ ବର୍ଜ୍ୟବସ୍ତୁର ପୃଥକୀ କରଣ ଓ ସଂଗ୍ରହ ଅଭିଯାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ସହିତ ସହରକୁ ସଫା ସୁତୁରା ରଖିବା ଆଦି ଅନୁଧ୍ୟାନ କରାଯାଇଛି। ଶେଷରେ ପଦଯାତ୍ରାକାରୀ ମାନଙ୍କୁ ସହର ପରିକ୍ରମା ପରେ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories