www.samajalive.in
Wednesday, December 10, 2025
23.1 C
Bhubaneswar

ଦ୍ଵୈତନଗରୀରେ ଟ୍ରାଫିକ୍‌ ପରିଚାଳନା : ଯୋଗଦେବେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟିୟର

ଭୁବନେଶ୍ୱର,୩ା୧୧(ନି.ପ୍ର): ସହରରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ଶୃଙ୍ଖଳିତ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ​‌ଦ୍ଵୈତନଗରୀରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟିୟର ବ୍ୟବସ୍ଥା ଆରମ୍ଭ ହୋଇଥିଲା। କଲେଜ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଟ୍ରାଫିକ୍‌ ପରିଚାଳନା ସହ ଲୋକଙ୍କୁ ନିୟମ ବିଷୟରେ ଅବଗତ କରାଉଥିଲେ। ପ୍ରାୟ ୫୦୦ ସ୍ବେଚ୍ଛାସେବୀ ଭୁବନେଶ୍ୱର ଏବଂ କଟକରେ ଟ୍ରାଫିକ୍‌ ନିୟନ୍ତ୍ରଣରେ ସାହାଯ୍ୟ କରୁଥିଲେ। କମିସନରେଟ ପୁଲିସର ଏହି ନିଷ୍ପତ୍ତି ସାଧାରଣରେ ପ୍ରଶଂସା ସାଉଁଟିଥିଲା। ଦୈନିକ ୩ଘଣ୍ଟା ଟ୍ରାଫିକ୍‌ ପରିଚାଳନା‌େ‌ର ସହଯୋଗ କରୁଥିବା ସ୍ଵେଚ୍ଛାସେବୀଙ୍କୁ ପାରିଶ୍ରମିକ ବାବଦରେ ମାସିକ ୩ହଜାର ଟଙ୍କା ପ୍ରଦାନ କରାଯାଉଥିଲା। 

କରୋନା ସଂକ୍ରମଣ ବଢ଼ିବାରୁ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍ ସ୍ବେଚ୍ଛାସେବୀଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା। ଯାହାଫଳରେ କିଛି ଦିନ ଟ୍ରାଫିକ୍‌ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। କରୋନା କଟକଣା କୋହଳ ଫଳରେ ସହରରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଯାହାଦ୍ବାରା ଟ୍ରାଫିକ୍‌ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରମୁଖ ଛକକୁ ଛାଡ଼ିଦେଲେ ଅନ୍ୟ ଟ୍ରାଫିକ୍‌ ପୋଷ୍ଟରେ ମାତ୍ର ଜଣେ ଦୁଇଜଣ ଟ୍ରାଫିକ୍‌ କର୍ମଚାରୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଛାତ୍ର ସ୍ବେଚ୍ଛାସେବୀଙ୍କୁ ପୁନଃ କାର୍ଯ୍ୟରେ ନିଯୁକ୍ତି ପାଇଁ ପ୍ରକ୍ରିୟା ହେଉଛି। ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଏହି କାର୍ଯ୍ୟରେ ମୁଖ୍ୟତଃ ଛାତ୍ରଛାତ୍ରୀ ନିୟୋଜିତ ହୋଇଥିଲେ। ସେମାନଙ୍କୁ ପୁନଃ କାର୍ଯ୍ୟରେ ସାମିଲ କରାଯିବା ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories