www.samajalive.in
Wednesday, December 10, 2025
23.1 C
Bhubaneswar

ଚୀନ ପ୍ରସ୍ତୁତ କରୋନା ଟିକା ନେଲେ ୟୁଏଇ ପ୍ରଧାନମନ୍ତ୍ରୀ

ଆବୁଧାବି : ୟୁଏଇ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ ମାକଟୋମ ମଙ୍ଗଳବାର ଚୀନ ପ୍ରସ୍ତୁତ କରୋନା ଟିକା ନେଇଛନ୍ତି। ଅଲ ଜଜିରା ରିପୋର୍ଟ ଅନୁଯାୟୀ ଶେଖ ମହମ୍ମଦ ଚୀନର ଫାର୍ମାସ୍ୟୁଟିକାଲ କମ୍ପାନୀ ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକା ନେଇଛନ୍ତି। ଟିକା ନେବାର ଫଟୋକୁ ଶେଖ ମହମ୍ମଦ ଟ୍ବିଟରରେ ସେୟାର କରିଛନ୍ତି। ଟିକା ନେବା ସମୟରେ ସେ ସମସ୍ତ ସ୍ବାସ୍ଥ୍ୟ ଓ ସୁରକ୍ଷା କାମନା କରିଥିଲେ। ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦଙ୍କ ପୂର୍ବରୁ ୟୁଏଇ ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ସପ୍ତାହକ ପୂର୍ବରୁ ଏହି ଟିକା ନେଇସାରିଛନ୍ତି।

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଜରୁରୀକାଳୀନ ଭିତ୍ତିରେ ସିନୋଫାର୍ମ ପ୍ରସ୍ତୁତ ଟିକା ଦେବା ଲାଗି ଗତ ସେପ୍ଟେମ୍ବରରେ ୟୁଏଇ ସରକାର ନିର୍ଦେଶ ଦେଇଥିଲେ। ଆଗାମୀ ଦିନରେ ସାଧାରଣ ଜନତାଙ୍କ ପାଇଁ ଏହି ଟିକା ଉପଲବ୍ଧ ଲାଗି ଲାଇସେନ୍ସ ଓ ଆଇନ ପ୍ରଣୟନର ବ୍ୟବସ୍ଥା କରାଯାଉଛି। ସିନୋଫାର୍ମ ଟିକାର ମାନବ ପରୀକ୍ଷଣ ୟୁଏଇ ସମେତ ଇଜିପ୍ଟ, ବାହାରିନ ଓ ଜୋଡାନରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories