www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟସଭାରେ ଏନ୍‌ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ନିକଟତର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ଆସନ ମଧ୍ୟରୁ ୮ଟିରେ ନିଜ ଦଳର ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟସଭାରେ ବିଜେପିର ସ୍ଥିତି ସୁଦୃଢ଼ ହୋଇଛି। ଏବେ ଦଳର ସଦସ୍ୟ ସଂଖ୍ୟା ୯୨ରେ ପହଞ୍ଚିଛି। ଅପରପକ୍ଷରେ କଂଗ୍ରେସ ଏହାର ଇତିହାସରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ବର୍ତ୍ତମାନ ଏହି ଦଳର ମାତ୍ର ୩୮ ସଦସ୍ୟ ଅଛନ୍ତି। ସୋମବାର (୨ତାରିଖ)ରେ ଅନୁଷ୍ଠିତ ନିର୍ବାଚନରେ ଉତ୍ତର ପ୍ରଦେଶରୁ ୮ ସହିତ ଉତ୍ତରାଖଣ୍ଡରୁ ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଛି। ଉତ୍ତର ପ୍ରଦେଶର ଅନ୍ୟ ଦୁଇଟି ଆସନ ଯଥାକ୍ରମେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ମିଳିଛି। ଏହି ରାଜ୍ୟରୁ ବିଜେପି ୬ଟି ଆସନରେ ଲାଭବାନ ହୋଇଛି। ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଶକ୍ତିଶାଳୀ ହୋଇଛି। ଏହାର ଅଂଶୀଦାର ଜେଡି(ୟୁ)ର ୫ ଓ ଏଆଇଏଡିଏମ୍‌କେର ୯ସାଂସଦ ଅଛନ୍ତି। ଆରପିଆଇ (ଅଠୱାଲେ), ଆସାମ ଗଣ ପରିଷଦ, ମିଜୋ ନ୍ୟାସନାଲ ଫ୍ରଣ୍ଟ, ନ୍ୟାସନାଲ ପିପୁଲ୍ସ ପାର୍ଟି, ନାଗା ପିପୁଲ୍ସ ଫ୍ରଣ୍ଟ, ପାତାଲି ମାକାଲ କାଚି, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟର ଜଣେ ଲେଖାଏଁ ସଦସ୍ୟ ଅଛନ୍ତି।

ଏ ସମସ୍ତଙ୍କୁ ମିଶାଇ ଏନ୍‌ଡିଏର ମୋଟ ସଦସ୍ୟ ସଂଖ୍ୟା ୧୧୧​‌େ‌ର ପହଞ୍ଚିଛି। ସମ୍ପ୍ରତି ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୪୨ ଥିବାରୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଏନ୍‌ଡିଏକୁ ୧୨୧ ଆସନର ଆବଶ୍ୟକତା ରହିଛି; ଅତଏବ ଏନ୍‌ଡିଏ ଏଥିପାଇଁ ଆଉ ମାତ୍ର ୧୦ଟି ଆସନ ପଛରେ ରହିଛି। ଅପରପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ୟୁପିଏର ସଦସ୍ୟ ସଂଖ୍ୟା ୬୨କୁ ହ୍ରାସ ପାଇଛି। ସମାଜବାଦୀ ପାର୍ଟିର ୫ ଓ ବହୁଜନ ସମାଜ ପାର୍ଟିର ୩ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ବିହାରର ଦୁଇ ଓ କର୍ଣ୍ଣାଟକର ଗୋଟିଏକୁ ନେଇ ଆଉ ୩ ଆସନ ଶୂନ୍ୟ ରହିଛି। ରହିଛି। ଭବିଷ୍ୟତରେ ଏହି ତିନିଟି ମଧ୍ୟରୁ ବିଜେପିକୁ ୨ ଓ ଏନ୍‌ଡିଏକୁ ସମସ୍ତ ତିନିଟି ଆସନ ମିଳିବା ସମ୍ଭାବନା ଅଛି। ଏନ୍‌ଡିଏକୁ ଅନ୍ୟ ଦଳର ୨୨ ସାଂସଦଙ୍କ ପ୍ରସଙ୍ଗଭିତ୍ତିକ ସମର୍ଥନ ମିଳୁଛି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories