www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର : ରାଜ୍ୟର ୫ ସ୍ଥାନରେ ମିଳିବ ଇକୋ ରିଟ୍ରିଟ୍‌ ସୁବିଧା

ଭୁବନେଶ୍ବର : କୋଣାର୍କ ସମେତ ରାଜ୍ୟର ୪ ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍‌ ସୁବିଧା। ଆସନ୍ତା ଡିସେମ୍ବର ୧ରୁ ତିନି ମାସ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ତାରକା ହୋଟେଲ ଏବଂ ବାର୍‌ର ସୁବିଧା ପାଇପାରିବେ। ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିବାକୁ ଯାଉଛି।

କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନସ୍ଥଳ ବନ୍ଦ ରହିଥିଲାବେଳେ ଅନଲକ ପ୍ରକ୍ରିୟାରେ କଟକଣା ମୁକ୍ତ େହବା ପରେ ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଚଳଚଞ୍ଚଳ କରିବା ସହିତ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ବିଭାଗ ପର୍ଯ୍ୟଟନସ୍ଥଳ ପ୍ରତି ଦୃଷ୍ଟି ଦେଇଛି। ଯେହେତୁ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ପର୍ଯ୍ୟଟକ ଯେପରି କରୋନା ସମୟରେ ମଧ୍ୟ ପ୍ରକୃତିକୁ ଉପଭୋଗ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଭାଗ ବ୍ୟବସ୍ଥା କରୁଛି।

- Advertisement -

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନେ ତାରକା ହୋଟେଲ ଭଳି ବିଭିନ୍ନପ୍ରକାରର ସୁବିଧା ପାଇପାରିବେ। ଅତିଥିଙ୍କ ରହଣି ପାଇଁ ୧୪୦ରୁ ଅଧିକ କଟେଜ ନିର୍ମାଣ କରାଯିବ। ସେମାନେ ଯେପରି ଅତ୍ୟାଧୁନିକ ସୁବିଧା ପାଇ ପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟେଜ ବୁକିଂ ପାଇଁ ବିଭାଗ ପକ୍ଷରୁ ଏଯାବତ କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ। ତେବେ କୋଣାର୍କ ଇକୋ ରିଟ୍ରିଟ୍‌ରେ ୫୦ଟି କଟେଜ୍‌ ସୁବିଧା ସହିତ କନଫରେନ୍ସ ହଲ୍‌ କରାଯିବ। ସେହିପରି ସାତକୋଶିଆ, ହୀରାକୁଦ, ଦାରିଙ୍ଗିବାଡ଼ିରେ ୨୫ଟି ଏବଂ ଭିତରକନିକାରେ ୧୫ଟି କଟେଜ ବ୍ୟବସ୍ଥା କରାଯାଉଛି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ସାଧାରଣ ଲୋକଙ୍କ ଭ୍ରମଣ ଉପରେ କଟକଣା ରହିଛି। ବୁକିଂ କରିଥିବା ପର୍ଯ୍ୟଟକମାେନ ଭିତରକନିକା ଓ ହୀରାକୁଦରେ ବୁଲିବା ସହିତ ବୋଟିଂ ସୁବିଧା ପାଇପାରିବେ। କୋଣାର୍କ ଏବଂ ଅନ୍ୟ ଦୁଇଟି ଜାଗାରେ ଜଳକ୍ରୀଡ଼ାର ବ୍ୟବସ୍ଥା କରାଯିବ। ଏଥିସହ ଅତିଥିଙ୍କ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ୨୦୧୯ରେ ଓଡ଼ିଶାକୁ ମୋଟ ୧,୫୪,୨୨,୭୬୫ ଜଣ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରୁ ରାଜ୍ୟ ଭିତର ୧,୫୩,୦୭,୬୩୭ ଏବଂ ବିଦେଶୀ ୧,୧୫,୧୨୮ ଜଣ ରହିଥିବା ଜଣାପଡ଼ିଛି। ୨୦୨୦ ଜାନୁଆରୀରେ ୧୯,୨୫,୭୩୪, ଫେବୃଆରୀରେ ୧୨,୮୨,୩୩୭ ଏବଂ ମାର୍ଚ୍ଚରେ ମୋଟ ୬୧,୧୫୨୭ଜଣ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି।

 

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories