ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

0

ପୁରୀ : ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ରତ୍ନବେଦୀକୁ ଆଜି ବାହୁଡୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ,  ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ପବିତ୍ର ବାହୁଡ଼ା ଯାତ୍ରାରେ ଶ୍ରୀକ୍ଷେତ୍ର ଜନସମୁଦ୍ର ହୋଇଉଠିଛି। ଶ୍ରୀ ମନ୍ଦିରର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ଶ୍ରୀ ଜିଉମାନେ ଧାଡ଼ି ପହଣ୍ଡିରେ ରଥାରୂଢ ହେଉଛନ୍ତି ।

ନୀତିକାନ୍ତି ଅନୁଯାୟୀ ସକାଳ ୭ଟାରୁ ୧୧ଟା ମଧ୍ୟରେ ସେନାପଟା ନୀତି ସମାପନ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ,  ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ବାହୁଡ଼ା ନୀତି କରିବାକୁ ସ୍ଥିର ହୋଇଛି। ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମିନିଟ୍‍ ମଧ୍ୟରେ ହେବାକୁ ସ୍ଥିରିକୃତ ହୋଇଛି। ସମସ୍ତ ନିତୀ ଶେଷ ପରେ ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭ ହେବ।ଏଥି ନିମନ୍ତେ ପୁରୀରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ ସହ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇଦିନ ଧରି ଲଗାଣ ବର୍ଷାରେ ସାମାନ୍ୟ ପରିବର୍ତ୍ତନ ଆସିବାପରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି।

Leave A Reply