www.samajalive.in
Saturday, December 6, 2025
17.1 C
Bhubaneswar

ତୁରୁମୁଙ୍ଗା ଥାନା ଅଞ୍ଚଳରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ ଧନଦାତ୍ରୀ ଦେବୀ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ନିରାଡମ୍ବର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ଯୋଗୁଁ ପୂଜା ସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳି ନଥିବା ବେଳେ ପୂଜକ ଓ କର୍ତ୍ତାଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଛି। ତୁରୁମୁଙ୍ଗା ଗଜଲକ୍ଷ୍ମୀ କମିଟି ପକ୍ଷରୁ ଗୈାତମ ସାହୁ ପୂଜାରେ ସଙ୍କଳ୍ପ ବସିଥିବା ବେଳେ ପୂଜକ ନିରଞ୍ଜନ କର ହୋମଯଜ୍ଞ ଓ ପୂଜାପାଠ କରିଥିଲେ। ସେହିପରି ଖିରେଇଟାଙ୍ଗିରୀ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ପୂଜକ ସରୋଜ କୁମାର ମିଶ୍ର ପୂଜା କାର୍ୟ୍ୟ କରିଥିବା ବେଳେ ଧର୍ମେନ୍ଦ୍ର ନାଏକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।

- Advertisement -

ସେହିପରି ଡେଣୁଆଁ ଗ୍ରାମରେ କୋଭିଡ କଟକଣା ଭିତରେ ମା’ ଗଜଲକ୍ଷ୍ମୀ ଙ୍କ ପୂଜା ନିରାଡମ୍ବର ଭାବେ ପାଳନ ହୋଇଛି। ଏଠାରେ ପୂଜକ ଧର୍ମାନନ୍ଦ ମିଶ୍ର ପୂଜାର୍ଚ୍ଚନା କରୁଥିବା ବେଳେ ରକ୍ଷାକର ସାହୁ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି। ରାଜନଗର ଦେଉଳିଆ ସାହି କମିଟି ଲକ୍ଷ୍ମୀ ପୂଜା ରେ ଟୁଟୁ ସିଂହ ସଙ୍କଳ୍ପ ରେ ବସିଥିବା ବେଳେ ପୂଜକ ଗୋକୁଳଚନ୍ଦ୍ର ପାଣି ମା’ ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରିଛନ୍ତି।

 

ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ବ୍ଲକ୍ ଉଦୟପୁର ଗ୍ରାମର ପରିଡ଼ା ସାହିର ୪୦ ବର୍ଷ ର ପୁରାତନ ମଣ୍ଡପରେ ଧନଦାତ୍ରି ଦେବୀ ମହାଲକ୍ଷ୍ମୀ ଙ୍କ ପୂଜା ପାରମ୍ପରିକ ରୀତିନୀତି ମଧ୍ୟରେ ଅନୁଷ୍ଠିତ ହେଉଛି। କୋଭିଡ୍ କଟକଣା ଯୋଗୁଁ ସାଜସଜ୍ଜା କୁ ସୀମିତ କରାଯାଇଛି। ପୂଜକ ମିଲୁ ପତି ପୂଜାବିଧି ପରିଚାଳନା କରୁଛନ୍ତି। କମିଟିର ସଭାପତି ଅକ୍ଷୟ କୁମାର ପରିଡ଼ା ସଂପାଦକ ସନାତନ ବିଶ୍ଵାଳ, କମିଟିର ସଦସ୍ୟ ସଚ୍ଚିଦାନନ୍ଦ ପରିଡ଼ା ପ୍ରମୁଖ ଅନ୍ୟ ସଦସ୍ୟ ମାନେ କାର୍ୟ୍ୟକ୍ରମ ପରିଚାଳନା କରୁଛନ୍ତି। କୋଭିଡ୍ କଟକଣା ଯୋଗୁଁ ସାଂସ୍କୃତିକ କାର୍ୟ୍ୟକ୍ରମ ବାତିଲ କରାଯାଇଥିବା କମିଟି ସୂଚନା ଦେଇଛି।

ଢେ଼ଙ୍କିକୋଟରେ ମହାଲକ୍ଷ୍ମୀ ପୂଜା କମିଟିର ସ୍ଥାୟୀ ପୂଜାମଣ୍ଡପ ନିର୍ମାଣ ପାଇଁ ଆଜି ଭୂମିପୂଜନ ଓ ଶିଳାନ୍ୟାସ ପର୍ବ ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ପୂଜକ ପଣ୍ଡିତ ରବୀନ୍ଦ୍ର ପାଢ଼ୀ ଭୂମିପୂଜନ କରିଥିବା ବେଳେ ସରପଞ୍ଚ ଗୌରୀ ବାରିକ୍ ସ୍ବାମୀ କୃଷ୍ଣଚନ୍ଦ୍ର ବାରିକଙ୍କ ସହ କର୍ତ୍ତା ଭାବେ କାର୍ୟ୍ୟକ୍ରମରେ ସାମିଲ ଥିଲେ। ପୂଜା କମିଟିର ସଭାପତି ରାମଚନ୍ଦ୍ର ସାହୁ ସମ୍ପାଦକ ସଞ୍ଜିବ ସାହୁ, ଶଙ୍କର୍ଷଣ ସାହୁ, ଉପେନ୍ଦ୍ର ଓଝା, ମହେଶ୍ୱର ସାହୁ, ସୁଶାନ୍ତ ସେନାପତି ଓ ନୀଳମଣି ମଣ୍ଡଳ ଙ୍କ ଉପସ୍ଥିତିରେ ଭୂମିପୂଜନ କରାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories