www.samajalive.in
Saturday, December 6, 2025
17.1 C
Bhubaneswar

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ବେଗୁନିଆ : ବେଗୁନିଆ ବ୍ଲକ  କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ନୟାଗଡ ବ୍ଲଡ଼ ବ୍ୟାଙ୍କ ଡାକ୍ତର ଫନି ଭୂଷଣ ପଟ୍ଟନାୟକ, କାଉନସେଲର ଅଜୟ ପଟ୍ଟନାୟକ,ଲାଵଟେକ୍ନିସିଆନ ପ୍ରକାଶ କୁମାର ପାଣିଗ୍ରାହୀ, ରବିନ୍ଦ୍ର କୁମାର ସାହୁ ଓ  ସହାୟକ ପଞ୍ଚୁ ଦଳେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ବିଜୁଳି, ସ୍ଥାନୀୟ ସମିତି ସଭ୍ୟ ସୁବାସ ମହାନ୍ତି, ସମାଜସେବୀ ଲଳିତ କୁମାର ସାହୁ, ମାନସ ସାମନ୍ତରାୟ, ଭାଗିରଥି ସ୍ୱାଇଁ,ଯୁବମୋର୍ଚା ସଭାପତି ଆଶିଷ କୁମାର ବରିଶଲ, ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଓ ଏଚଡ଼ିଏଫସି ବ୍ୟାଙ୍କର କର୍ମଚାରୀ ଦୀପ୍ତି ରଞ୍ଜନ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories