www.samajalive.in
Thursday, December 11, 2025
18.1 C
Bhubaneswar

ଗଣକବି ବୈଷ୍ଣବ ପାଣିଙ୍କୁ ୧୩୮ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ଭୁବନେଶ୍ବର ଆନୁକୂଲ୍ୟରେ ଗଣକବିଙ୍କ ୧୩୮ତମ ଜୟନ୍ତୀ ପବିତ୍ର କୁମାର ପୂର୍ଣ୍ଣମୀ ତିଥିରେ ପାଳିତ ହୋଇଯାଇଛି । ସଂସଦ ପକ୍ଷରୁ ପ୍ରାତଃରେ ରାଜଧାନୀ ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ସମ୍ମୁଖ ରେ ଥିବା କବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀ କୁ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇ ଧୂପ, ଦୀପ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସଂସଦର ସ୍ଥାୟୀ ସଭାପତି, ମହାଙ୍ଗା ବିଧାୟକ ତଥା ପଞ୍ଚାୟତି ରାଜ, ପାନିୟ ଜଳ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ତରଫରୁ ଜୟନ୍ତୀ କମିଟିର ରାଜ୍ୟ ସଂଯୋଜକ ଅବନୀ ଚନ୍ଦ୍ର ଦାସ, ସଂପାଦକ ଦେବ ଜେନା, ଯୁଗ୍ମ ସଂପାଦକ ରଜନୀକାନ୍ତ। ପରିଡା, ଦେବଜ୍ୟୋତି ଦାସ, ସହ- ସଂପାଦକ ପ୍ରମୋଦ ମିଶ୍ର, କାର୍ୟ୍ୟକାରୀ ସଦସ୍ୟ ନିରଞ୍ଜନ ପ୍ରଧାନ, ତପନ କୁମାର ପଟ୍ଟନାୟକ, ଶରତ ରାଉତ, ମାନସ ରଂଜନ ବିଶ୍ଵାଳ, ମୈତ୍ରୀ ରଂଜନ ଦାସ ପ୍ରମୁଖ ଗଣକବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବରସ୍ଥିତ ସାମାଜିକ ଅନୁଷ୍ଠାନ ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖାର କର୍ମକର୍ତ୍ତା ମାନେ ମଧ୍ୟ କବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଂପ୍ରତି କୋଭିଡ୍ କଟକଣା ଯୋଗୁଁ ଅତି ନିରାଡ଼ମ୍ୱର ପରିବେଶରେ ଚଳିତ ବର୍ଷର ଗଣକବି ଜୟନ୍ତୀକୁ ପୁଷ୍ପ ମାଲ୍ୟାର୍ପଣ କର୍ଯ୍ୟକ୍ରମରେ ସୀମିତ ରଖାଯାଇଛି ବୋଲି ସଂଯୋଜକ ଅବନୀ ଚନ୍ଦ୍ର ଦାସ ସୂଚନା ଦେଇଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories