www.samajalive.in
Monday, December 8, 2025
27.1 C
Bhubaneswar

‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଅନୁମତି ଲୋଡ଼ିଲା ଭାରତ ବାୟୋଟେକ୍

ସାରା ଦେଶରେ କରୋନାଭାଇରସ୍ ସଂକ୍ରମଣ ଗତି ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ବିପଦ ପୂର୍ଣରୂପେ ଟଳିନାହିଁ  । ଔଷଧ ନ ଆସିବା ପର୍ଯ୍ୟନ୍ତ  ଦେଶବାସୀ କରୋନା ନିମନ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ୍ ଗବେଷଣା ଚଳାଇଥିବା କରୋନା ଟୀକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଅର୍ଥନୈତିକ କମିଟି (ଆଇଇସି)ର ଅନୁମତି ଲୋଡ଼ିଛି । କିଛି ସପ୍ତାହ ମଧ୍ୟରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି ।

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ  ଏଆଇଏମ୍ଏସ୍ ପ୍ରଫେସର ଡକ୍ଟର ସଞ୍ଜୟ ରାୟ  କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବାକୁ ଏହି ପ୍ରସ୍ତାବ ପ୍ରସ୍ତୁତ ହୋଇଛି ।  କିଛି ଦିନ ମଧ୍ୟରେ ଏହି ପ୍ରସ୍ତାବ ଅନୁମୋଦନ ପାଇଁ IEC କୁ ପଠାଯିବ | ଡକ୍ଟର ରାୟ କହିଛନ୍ତି ଯେ ଏହି ପ୍ରସ୍ତାବ ୨୦୦ ରୁ ୩୦୦ ପୃଷ୍ଠା ହେବ। ଯାହା ଅଧ୍ୟୟନ ଏବଂ ଶେଷ କରିବାକୁ ସମୟ ନେଇଥାଏ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ପାଇବା ପରେ  ୨୦୦୦ରୁ ୫୦୦୦ ସ୍ଵେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷା କରାଯିବ ।  ଡକ୍ଟର ରାୟ ଏହି ଟିକା ପରୀକ୍ଷା କରୁଥିବା ବିଷେଜ୍ଞ ଦଳର ଜଣେ ବରିଷ୍ଠ ସଦସ୍ୟ ରହିଛନ୍ତି । ଇଆଇସି  କମିଟିରେ ୧୫ ଜଣ ସଦସ୍ୟ ଅଛନ୍ତି ଏବଂ ଏହି ପ୍ରସ୍ତାବର ଅନୁମୋଦନ ପାଇବାକୁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିପାରେ | ଶେଷ ଥର ପାଇଁ ୩୦ ଜୁନ୍ ଦିନ ପରୀକ୍ଷା ପାଇଁ କମିଟିକୁ ଏକ ପ୍ରସ୍ତାବ ପଠାଯାଇଥିଲା ଯାହା ।୧୮ଜୁଲାଇରେ ଅନୁମୋଦିତ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ୍ ଦେଶର ୧୩/୧୪ଟି ରାଜ୍ୟରେ ୨୫ରୁ ୩୦ଟି ଡ଼ାକ୍ତରଖାନାରେ ଏହି ପରୀକ୍ଷା କରିବ ଏବଂ ଏଥିନିମନ୍ତେ ୨୬ ହଜାର ସ୍ଵେଚ୍ଛାସେବୀଙ୍କୁ ଆବଶ୍ୟକତା ହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଏହି ଟୀକା ନେଇଥିଲେ ସେମାନଙ୍କ ଉପରେ କୌଣସି ପାଶ୍ଵର୍ର୍ ପ୍ରତିକ୍ରିୟା ପଡ଼ିନାହିଁ । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ବିଶ୍ଲେଷଣ କରାଯାଉଛି ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାର ସଫଳତା ପରେ ଏହା ଲୋକଙ୍କ ବ୍ୟବହାର ପାଇଁ ବଜାରକୁ ଛଡ଼ାଯିବ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories