www.samajalive.in
Monday, December 8, 2025
14.1 C
Bhubaneswar

ଜଗତସିଂହପୁର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ତିର୍ତୋଲ ଉପନିର୍ବାଚନରେ ଭୋଟରଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ଲାଗି ସରକାରୀ ପ୍ରଶାସନିକ ଅଧିକାରୀ ପ୍ରବର୍ତାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ସମୟରେ ଏବେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଜେଡିକୁ ଜିତାଇବାର ଠିକା ନେଇଛନ୍ତି। ସରକାରୀ ଅଧିକାରୀ ହୋଇ ବିଜେଡି ଦଳ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରବର୍ତାଇବା ଏବଂ ଧମକାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିଛି ବିଜେପି । ଦଳର ଏକ ପ୍ରତିନିଧି ଦଳ ଏ ସମ୍ପର୍କରେ ତଥ୍ୟ ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବାର ୭ ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦୁର୍ଭାଗ୍ୟଜନକ । ତେଣୁ ତୁରନ୍ତ ଏଥିନେଇ ରାଜ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଦାବି କରିଛନ୍ତି ।

ପୃଥ୍ବୀରାଜ କହିଛନ୍ତି ଯେ   ଗତ ୧୨ ଦିନ ଧରି ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ଉପନିର୍ବାଚନ ପୂର୍ବରୁ ତାଙ୍କ ନାଁରେ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବାର ଅଭିଯୋଗ ଆସିବାରୁ ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା। କିନ୍ତୁ ଏବେ ସେ ପୁଣିଥରେ ତିର୍ତୋଲରେ ପହଂଚି ନିଜ ଆଧିପତ୍ୟ ଦେଖାଉଛନ୍ତି। ଅନ୍ୟ ବିଭାଗରେ ନିଯୁକ୍ତ ହେବା ପରେ ବି ଶ୍ରୀ ମହାପାତ୍ର ତିର୍ତୋଲରେ ପହଂଚି ନିର୍ବାଚନ ପ୍ରଚାରରୁ ବିରତ ରହିବା ପାଇଁ ବିରୋଧୀ ବିଜେପି ଦଳର ନେତୃବୃନ୍ଦଙ୍କୁ ଧମକ ଦେଉଛନ୍ତି। କେବଳ ସେତିକି ନୁହେଁ ବିଜେଡିକୁ ଭୋଟ ନଦେଲେ ସରକାରୀ ଯୋଜନାରୁ ନାଁ କାଟିଦେବାର ଭୟ ଗରିବ ଲୋକମାନଙ୍କୁ ଦେଖାଉଛନ୍ତି। ତିର୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ଘର ହୋଇଥିବାରୁ ସେ ସମସ୍ତ ସରକାରୀ ଅଧିକାରୀଙ୍କୁ ବିଜେଡି ସପକ୍ଷରେ କାମ କରିବା ପାଇଁ ତାଗିଦ୍‍ କରିବା ସହ ଖୁବଶୀଘ୍ର ସେ ପୁଣିଥରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ବୋଲି ଖୋଲା ଖୋଲି ଭାବେ କହୁଛନ୍ତି। ସରକାରୀ ଅଧିକାରୀ ହୋଇ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରିବା ସଂପୂର୍ଣ୍ଣଭାବେ ବେଆଇନ। ଯଦି ବିଜେଡି ସପକ୍ଷରେ ପ୍ରଚାର କରିବାର ଅଛି ତେବେ ସଂଗ୍ରାମ ବାବୁ ସରକାରୀ ଚାକିରୀ ଛାଡି ଦଳ ପାଇଁ ପ୍ରଚାର କରନ୍ତୁ। ପ୍ରଶାସନିକ ଅଧିକାରୀ ଭାବେ ସେ ଏଭଳି ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ଘଟଣାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏଭଳି ଏକ ଅପରାଧିକ କାର୍ଯ୍ୟରେ ସାମିଲ ଥିବା ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ସରକାରୀ ଦଳ ଚାପରେ ଯଦି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ବିଜେପି ପକ୍ଷରୁ ଜାତୀୟ ନିର୍ବାଚନ ଆୟୋଗ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିପାର୍ଟମେଂଟ ଅଫ୍‍ ପର୍ସୋନେଲ୍‍ ଏଣ୍ଡ ଟ୍ରେନିଂ) ରେ ଅଭିଯୋଗ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories