www.samajalive.in
Saturday, December 13, 2025
27.1 C
Bhubaneswar

ପାକ୍ ନ୍ୟାୟାଳୟର ଅଜବ ରାୟ, ୧୩ ବର୍ଷୀୟ ଝିଅକୁ ୪୪ ବର୍ଷୀୟ ଅପହରଣକାରୀର ପତ୍ନୀ କହିଲେ କୋର୍ଟ

ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ବଳପୂର୍ବକ ଅପହରଣ କରି ବିବାହ କରିବା ପ୍ରକ୍ରିୟା ସୀମା ଅତିକ୍ରମ କରିଛି। ଏଭଳି ମାନବିକତା ବିରୋଧୀ ଘଟଣାକୁ ବନ୍ଦ କରିବା ପରିବର୍ତ୍ତେ ପାକିସ୍ତାନ ସରକାର ନୀରବ ଦର୍ଶକ ସାଜିବା ସେଠାକାର ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଝିଅମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିଛି ପାକିସ୍ଥାନରେ ଯେଉଁଥିରେ କେବଳ ସେଠାକାର ପୁଲିସ ଓ ନିମ୍ନ ଅଦାଲତ ସାମିଲ ହୋଇଛନ୍ତି ସେ କଥା ନୁହେଁ ବରଂ ସେଠାକାର ଉଚ୍ଚ ନ୍ୟାୟାଳୟ ମଧ୍ୟ ତାହାକୁ ସମର୍ଥନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କରାଚି ହାଇକୋର୍ଟ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷୀୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଝିଅକୁ ଅପହରଣ କରି ବଳପୂର୍ବକ ଧର୍ମ ବଦଳାଇ ନିକାହ କରିଥିବା ଜଣେ ୪୪ ବର୍ଷୀୟ ଲୋକର ବେଗମ ବୋଲି ସ୍ୱୀକାର କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ଝିଅଟି ସ୍ବେଛାକୃତ ଭାବେ ଇସଲାମ ଗ୍ରହଣ କରିଛି ଓ ନିଜକୁ ଅପହରଣ କରାଇ ବିବାହ କରିଛି।

- Advertisement -

କରାଚି ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମୟରେ ୪୪ ବର୍ଷୀୟ ଅପହରଣକାରୀ ଅଜହର ଅଲି କୋର୍ଟରେ ଉପସ୍ଥିତ ଥିଲେ କିନ୍ତୁ ଶିଶୁର ପିତାମାତା କୋର୍ଟ ପରିସର ବାହାରେ ପାଟିତୁଣ୍ଡ କରିଥିଲେ। ନିଷ୍ପତ୍ତି ଶୁଣିବା ପରେ ଝିଅର ମା’ ଚେତା ଶୂନ୍ୟ ହୋଇଯାଇଥିଲେ। ଯେତେବେଳେ ନାବାଳିକାଙ୍କ ମାତା ରୀତା ଖ୍ରୀଷ୍ଟ କାନ୍ଦିବାକୁ ଲାଗିଲେ, ସେତେବେଳେ ତାଙ୍କୁ ଝିଅ ସହ ଦୁଇ ମିନିଟ୍ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଥିଲା। ଏହି ସମୟରେ ଭୟଭୀତ ଝିଅ କହିଥିଲା ଯେ ସେ ଇସଲାମ ଗ୍ରହଣ କରିଛି। ସଙ୍ଗେ ସଙ୍ଗେ ନାବାଳିକାକୁ ଅପହରଣକାରୀ ଅଜହର ଅଲିଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ସିନ୍ଧ ଏବଂ ପାକିସ୍ତାନର ନିୟମ ଅନୁଯାୟୀ ଯେତେବେଳେ ଜଣେ ଝିଅ ୧୩ ବର୍ଷ ବୟସରେ ବିବାହ କରିପାରିବ ନାହିଁ, ସେତେବେଳେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories