www.samajalive.in
Monday, December 15, 2025
15.1 C
Bhubaneswar

ଆଜି କୁଆଁର ପୂନେଇଁ ଚାନ୍ଦବନ୍ଦାଣକୁ ଆଞ୍ଜୁଳିଟେକା

ଭୁବନେଶ୍ବର/ଉତ୍ତରଭୁବନେଶ୍ବର: ଶନିବାର କୁଆଁର ପୂନେଇଁ । ସବୁ ପୂର୍ଣ୍ଣମୀଠାରୁ ଏହା ନିଆରା ଏଇଠି ସରିବ କୁମାରୀ କନ୍ୟାଙ୍କ ପର୍ବ । ପୂର୍ବରୁ ଭାଦ୍ରବରେ ଭାଲୁକୁଣୀ ପୂଜା ଯାଇଛି । ଶରତ ପୂର୍ଣ୍ଣମୀରେ ଚାନ୍ଦ ବନ୍ଦାଣ ଓ ଚଉରାମୂଳେ ଆଞ୍ଜୁଳି ଟେକି ଆଶ୍ବିନ ପର୍ବକୁ ଉଦ୍‌ଯାପନ କରିବେ କୁଆଁରୀ କନ୍ୟା। ସହରରେ ସିନା ନାହିଁ। ଉପକଣ୍ଠ ଗ୍ରାମାଞ୍ଚଳରେ ଆଶ୍ବିନର ଜହ୍ନିଓଷା କୁମାରୀଙ୍କର ବଡ଼ପର୍ବ। ମାସେକାଳ ଚଉରାମୂଳେ ଜହ୍ନିଫୁଲରେ ଚଉରାକୁ ସଜେଇ ଜହ୍ନିଓଷା ମହାତ୍ମ୍ୟକୁ ଶ୍ରବଣ ଏବଂ ପଠନ କରିଥାନ୍ତି। କୁମାର ପୂନେଇଁରେ ଉଦ୍‌ଯାପନ କରିଥାନ୍ତି ବାଳିକାମାନେ। ଆଞ୍ଜୁଳି ଟେକା ଏବଂ ଚାନ୍ଦବନ୍ଦାଣରେ ସମାପ୍ତ ହୋଇଥାଏ । କୁଆଁର ପୂନେଇଁ ଜହ୍ନ… ଗୋ ଫୁଲ ବଉଳବେଣୀ …ସଙ୍ଗୀତ କୁମାରୀଙ୍କ କଣ୍ଠରୁ ଭାସି ଆସିବ। ପ୍ରତିବର୍ଷ ଅନେକ ଅନୁଷ୍ଠାନ କୁଆଁର ପୂନେଇଁ ମହୋତ୍ସବ ପାଳନ କରୁଥିଲେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସାମୁହିକ ମହୋତ୍ସବ ହେଉନାହିଁ । ଶାରଦୀୟ ପାର୍ବଣର ଏହା ଅଂଶ ବିଶେଷ କହିଲେ ଅତ୍ୟୁକ୍ତି ହେବନାହିଁ। ମହାଦେବ ଶିବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ସହିତ କୁମାର ପୂର୍ଣ୍ଣିମା ପୂଜା ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ସୁନ୍ଦର ବରପ୍ରାପ୍ତି ପାଇଁ କନ୍ୟାମାନେ ଏହି ପୂଜା କରିଥାନ୍ତି। ଶନିବାର ପାହାନ୍ତାରେ ଚାନ୍ଦକୁ ଆଞ୍ଜୁଳି ଟେକିବେ ଏବଂ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ କରିବେ କୁମାରୀ କନ୍ୟା ।
କୁମାର ପୂର୍ଣ୍ଣିମା ପାଇଁ ଆଜି ହାଟବଜାର ଚଳଚଞ୍ଚଳ ଥିଲା । କିଏ ନୂଆ ଜାମା କିଣୁଥିଲା ତ କିଏ ଆଞ୍ଜୁଳି ଚାଙ୍ଗୁଡ଼ା ସଜାଡ଼ିବା ପାଇଁ ତାଳଗୋଟମା, ଖଟାକମଳା, କଞ୍ଚାଗୁଆ, କଷି ଜହ୍ନିଭେଣ୍ଡି, ଜହ୍ନିଫୁଲ, ଖଇ, କଉଡ଼ି, ଆଖୁ, କଇଁଥ, କଦଳୀ, ନଡ଼ିଆ ଓ ନୂଆ କୁଲେଇ ପ୍ରଭୃତି କିଣୁଥିଲେ। ତେବେ କୁମାର ପୂନେଇଁ ବନ୍ଦାଣ ସାଜ ପୁଡ଼ିଆ ଏଥର ୭୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିଲା। ଗତବର୍ଷ ଅପେକ୍ଷା ଢ଼େର ଅଧିକା।
ଅପରପକ୍ଷେ କଟକଣାରେ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି ସହରରେ। ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ସହରର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହିଦନଗର ପୂଜା କମିଟି, ବାପୁଜୀ ନଗର ୟୁଥ ଆସୋସିଏସନ୍, ୟୁନିଟ୍-୯ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ପ୍ରେସ କ୍ଲବ୍‌, ବିଜେବି ନଗର ଯୁବ ପ୍ରତିଭା କ୍ଲବ ସମେତ ଅନ୍ୟ କମିଟି ପକ୍ଷରୁ ନିୟମ ଅନୁସାରେ ମା’ଙ୍କ ପୂଜା ବିନା ଭକ୍ତରେ ଅନୁଷ୍ଠିତ ହେଉଛି। ତେବେ ସାଂସ୍କୃତିକ ସନ୍ଧ୍ୟାକୁ ଫିକା ପକାଇ ଦେଇଛି ମହାମାରୀ କରୋନା। ସୀମିତ ଆୟୋଜକ ଏବଂ ପୂଜକଙ୍କୁ ନେଇ ମା’ଙ୍କ ପୂଜା କେବଳ ବିଧିବିଧାନରେ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories