www.samajalive.in
Wednesday, December 10, 2025
16.1 C
Bhubaneswar

ଅନିଶ୍ଚିତତା ଘେରରେ ହୀରାକୁଦ ବନ୍ଧ ପଥର ପ୍ୟାଚିଂ : କାମ ବନ୍ଦ କରି ପୁଣି ଫେରିଗଲା ଠିକା ସଂସ୍ଥା

ବୁର୍ଲା : ହୀରାକୁଦ ବନ୍ଧ ପଥର ପ୍ୟାଚିଂ ପୁଣି ଅନିଶ୍ଚିତତା ଘେରକୁ ଚାଲି ଯାଇଛି। ବନ୍ଧ ସୁରକ୍ଷା ପାଇଁ ପଥର ଭରିବା କାମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି କାମ ଦୁଇ ବର୍ଷ ହେଲା ସରୁନାହିଁ। ହୀରାକୁଦ ଜଳଭଣ୍ଡାରରେ ପାଣି ଭରିଥିବାରୁ ପଥର ପ୍ୟାଚିଂ କାମ ସମ୍ଭବ ନୁହେଁ ବୋଲି ଦର୍ଶାଇ ଠିକାସଂସ୍ଥା ‘ୟୁନିକର୍ଣ୍ଣ’ ପୁଣି ଫେରି ଯାଇଛି।
ହୀରାକୁଦ ବନ୍ଧ ବୁର୍ଲା ପଟ ବନ୍ଧ ଅଂଶର ପଥର ପ୍ୟାଚିଂ କାମ ଗଲା ବର୍ଷ ଆରମ୍ଭ ହୋଇଥିଲା। ୫ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାମ ଭୁବନେଶ୍ୱରର ‘ୟୁନିକର୍ଣ୍ଣ’ କମ୍ପାନିକୁ ଦିଆ ଯାଇଥିଲା। ଠିକା ସଂସ୍ଥା ନିମ୍ନମାନର ଓ ଅପେକ୍ଷାକୃତ ଛୋଟ ଛୋଟ ପଥର ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ବନ୍ଧ ସୁରକ୍ଷାରେ ନିୟୋଜିତ ଓଆଇଏସଏଫର ସୁରକ୍ଷା ବଳୟ ଭେଦ କରି କାମର ମାନ ଯାଞ୍ଚ କରିବା ଦୁରୂହ ବ୍ୟାପାର ହୋଇପଡ଼ିଛି। ପାଖ ପାହାଡ଼ରୁ ପଥର କାଢ଼ି ତାକୁ ଫଟାଇ ବନ୍ଧରେ ବ୍ୟବହାର କରା ଯାଉଥିଲା। ମୁଖ୍ୟ ବନ୍ଧ କର୍ତ୍ତୃପକ୍ଷଙ୍କ ନାକତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ ଠିକାସଂସ୍ଥା ପ୍ରତି କୌଣସି ପ୍ରକାର ଅଙ୍କୁଶ ନଥିଲା। ମୌସୁମୀ ଋତୁରେ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ହୋଇଯିବାରୁ ପାଣି ଭିତରେ ଅନିୟମିତତା ମଧ୍ୟ ଲୁଚିଗଲା। ବନ୍ଧରେ ପାଣି ଭରିଯିବାରୁ ଆଉ ପଥର ପ୍ୟାଚିଂ ସମ୍ଭବ ନୁହେଁ ଦର୍ଶାଇ ୟୁନିକର୍ଣ୍ଣ କମ୍ପାନି ପୁଣି ଫେରି ଯାଇଛି। ଆସନ୍ତା ଅଣମୌସୁମୀ ଋତୁରେ ଜଳସ୍ତର ପୁଣି ଖସିଲେ ଯାଇ ଠିକା ସଂସ୍ଥା ଫେରିବ। ତେବେ ଏହି ଠିକା ସଂସ୍ଥା ଅତି କମ ସଂଖ୍ୟକ ଶ୍ରମିକଙ୍କୁ ନିୟୋଜିତ କରିଥିବାରୁ କାମ ବିଳମ୍ବିତ ହୋଇଚାଲିଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗତ ୨୦୧୬ ମସିହାରେ କୋଟିଏରୁ ଅଧିକ ଟଙ୍କାରେ ହୋଇଥିବା ପଥର ପ୍ୟାଚିଂ କାମ ଅତ୍ୟନ୍ତ ନିମ୍ନମାନର ପଥର ବ୍ୟବହାରକୁ କେନ୍ଦ୍ର କରି ବିଭାଗୀୟ କର୍ତ୍ତୃପକ୍ଷ ସଂପୃକ୍ତ ଠିକାଦାରଙ୍କୁ ତାଗିଦ କରିଥିଲେ। ସେତେବେଳେ ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ଆକସ୍ମିକ ବଦଳିକୁ ଏହି ପ୍ରସଙ୍ଗ ସହ ଯୋଡ଼ି ଦିଆ ଯାଇଥିଲା। ପାଣିରେ ବୁଡ଼ି ରହିଥିବା ନିମ୍ନମାନର ପଥର ବନ୍ଧର ସ୍ଥାୟିତ୍ବ ପ୍ରତି ସମସ୍ୟା ସୃଷ୍ଟି କରିପାରେ ବୋଲି ବିଭିନ୍ନ ମହଲରେ ଆଶଙ୍କା କରାଯାଉଛି। ଅନ୍ୟ ପକ୍ଷରେ ମୁଖ୍ୟବନ୍ଧରେ ସୃଷ୍ଟି ହୋଇଥିବା ଫାଟ (ଚିରା) ମରାମତି ଦାୟିତ୍ବ ଡାଇନୋସର ନାମକ ଅନ୍ୟ ଏକ କମ୍ପାନୀ ଉପରେ ନ୍ୟସ୍ତ କରାଯାଇଛି। ଏଥି ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଡାଇନୋସର ସଂସ୍ଥା ମୁଖ୍ୟବନ୍ଧର ଫାଟ ମରାମତି କାମ ଚଲାଇଛି। ପାର୍ଶ୍ବ ବନ୍ଧରେ ପଥର ପ୍ୟାଚିଂ କାମ ମଝି ମଝିରେ ବନ୍ଦ ରହୁଥିଲେ ମଧ୍ୟ ମୁଖ୍ୟବନ୍ଧର ଫାଟ ମରାମତି କାମ ସ୍ବାଭାବିକ ଭାବରେ ଚାଲିଛି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories